www.samajalive.in
Saturday, December 13, 2025
14.1 C
Bhubaneswar

୧୫ରୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ : ଆଗାମୀ ୧୫ ତାରିଖ ଧନୁସଂକ୍ରାନ୍ତିଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ ବଡ଼ିସକାଳୁ ମା’ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ସୁଭଦ୍ରାଙ୍କୁ ଖାଇବାକୁ ଦେବେ। ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ପହିଲିଭୋଗ ଅନୁଷ୍ଠିତ ହେବ। ଛତିଶା ନିଯୋଗ ବୈଠକରେ ଶନିବାର ଏଥିପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଏହାପରେ ଭିତରଶୋଧ, ମଙ୍ଗଳଆଳତି, ରୋଷହୋମ, ମଇଲମ, ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା ଓ ଦ୍ୱାରପାଳପୂଜା ଅନୁଷ୍ଠିତ ହେବ। ସକାଳ ୬ଟା ୨୦ରୁ ୬ଟା ୫୦ମଧ୍ୟରେ ମହାପ୍ରଭୁଙ୍କୁ ବେଶ କରାଯିବ। ସକାଳ ୬ଟା ୫୦ରେ ପହିଲିଭୋଗ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ସକାଳ ୭ଟାରୁ ୯ଟା ମଧ୍ୟରେ ସକାଳଧୂପ, ୮ଟା ୪୫ରୁ ୧୦ଟା ମଧ୍ୟରେ ଭୋଗମଣ୍ଡପ ଏବଂ ଦିନ ୧୧ଟାରୁ ୧୨ ମଧ୍ୟରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ଦିନ ୧୨ଟାରୁ ୨ଟାରେ ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ଏବଂ ଦକ୍ଷିଣିଘର ଭୋଗ କରାଯାଇ ମହାପ୍ରଭୁଙ୍କୁ ଦିନପହୁଡ଼ କରାଯିବ। ଅପରାହ୍ନ ୪ଟାରେ ପହୁଡ ଦ୍ୱାର ଖୋଲାଯିବା ପରେ ସନ୍ଧ୍ୟା ୫ଟାରେ ସନ୍ଧ୍ୟାଆଳତି କରାଯିବ।

- Advertisement -

ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ମଇଲମ ଏବଂ ବେଶ, ରାତି ୬ଟାରୁ ୮ଟା ମଧ୍ୟରେ ସନ୍ଧ୍ୟାଧୂପ, ୮ଟା ୩୦ରେ ମଇଲମ, ରାତି ୯ଟା ୩୦ରେ ଚନ୍ଦନଲାଗି, ରାତି ୧୦ଟାରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ, ରାତି ୧୦ଟା ୪୫ରେ ଟୋପରଲାଗି କରାଯିବ। ରାତି ୧୧ଟାରେ ରାତ୍ରପହୁଡ କରାଯିବାକୁ ସ୍ଥିର ହୋଇଛି। ସେହିପରି ମହାପ୍ରଭୁଙ୍କ ମକରସଂକ୍ରାନ୍ତି ଏବଂ ଦେବାଭିଷେକ ପୂର୍ଣ୍ଣିମା ପାଇଁ ନୀତିନିଘର୍ର୍ଣ୍ଟ ପ୍ରସ୍ତୁତ କରାଯାଇଛି। ପୌଷପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯିବା କାର୍ଯ୍ୟକ୍ରମ ରହିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories