www.samajalive.in
Sunday, December 14, 2025
19.1 C
Bhubaneswar

ପରୀ ହତ୍ୟାକାଣ୍ଡ : ୯ମ ଦିନରେ ବିଜେପିର ଗଣଧାରଣା, ସିବିଆଇ ତଦନ୍ତ ; ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦଳ ଅଟଳ

ନୟାଗଡ଼ : ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ଘଟଣାର ପ୍ରତିବାଦରେ ନୟାଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଲିଥିବା ବିଜେପିର ଗଣଧାରଣା ୯ମ ଦିନରେ ପହଞ୍ଚିଛି। ହତ୍ୟାକାଣ୍ଡର ସିବିଆଇ ତଦନ୍ତ , ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଦାବିରେ ଦଳ ଅଟଳ ରହିଛି। ଆଜି ଧାରଣାସ୍ଥଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ପରୀ ହତ୍ୟା ଘଟଣା ଘଟିବାର ୫ମାସ ଅତିକ୍ରାନ୍ତ ହୋଇଥିଲା ବେଳେ ଏହାର ସତ୍ୟ ଉନ୍ମୋଚନ କରାଯାଇପାରି ନଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ କରି ସମାଲୋଚନା କରିଥିଲେ । ପରୀ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କାହିଁକି ରାଜି ହେଉ ନାହାଁନ୍ତି ତାକୁ ନେଇ ଶ୍ରୀ ଓରାମ ପ୍ରଶ୍ନ ଉଠାଇଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସହାୟତା କରୁଥିବାରୁ ତାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିବା ସହ ଗିରଫ କରାଯିବା ଆବଶ୍ୟକ ବୋଲି ଶ୍ରୀ ଓରାମ ମତ ଦେଇଥିଲେ।

- Advertisement -

ଗଣଧାରଣାରେ ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ରଶ୍ମି ଦାସ, ପୂର୍ବତନମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ଜିଲା ସଭାପତି ଲାଲାମନୋଜ ରାୟ, ଇରାନୀ ରାୟ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସନ୍ତୋଷ ପ୍ରଧାନ, ପୂର୍ବତନ ନଗରପାଳ ନିରୁପମା ଖଟେଇ, ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ତ୍ରିପାଠୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ବରିଷ୍ଠନେତା ପ୍ରଭାତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories