www.samajalive.in
Sunday, December 14, 2025
26.1 C
Bhubaneswar

ମୌଳିକ ସୁବିଧାରୁ ବଂଚିତ ୮୧ ବର୍ଷିୟ ବୃଦ୍ଧା ; ସରକାରୀ ସହାୟତା ପାଇଁ ଦାବି

ନବରଙ୍ଗପୁର : ମୁ ଜଣେ ଅସହାୟ, , ନା ଅଛି ଘର ,ନା ଅଛି ପରିବାର, ଆତ୍ମୀୟ ବୋଲି କେହିନାହାନ୍ତି। ବୟସ ବଢିବା ସାଙ୍ଗେ ସାଙ୍ଗେ ଆଖି ଦିଶୁନାହିଁ ଓ ଚାଲିବା ବୁଲିବା କୁ ମଧ୍ୟ ବଳ ନାହିଁ। ଏହି ପରିଣତ ବୟସର ଅପରାହ୍ନରେ କେତେବେଳେ ଜ୍ଵର କିମ୍ବା କୌଣସି ଅସୁବିଧା ହେଲେ ପାଖ ପଡୋଶୀ ମାନଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡୁଛି। ତଥାପି ସରକାରଙ୍କ ତରଫରୁ ୫ କେଜି ଚାଉଳ ଓ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛି । ହେଲେ ମୁଁ ଚଲି ପାରୁନାହିଁ । କେବେ ଶୁଣିବେ ସରକାର, କେବେ ମୋ ଦୁଃଖ ଦୂର ହେବ ଏମିତି ଏକ ହୃଦୟ ବିଦାରକ କଥା ଶୁଣିବାକୁ  ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗଦବାକତ୍ରା ଗ୍ରାମର ଚନ୍ଦ୍ରି ଗାଦବାଙ୍କ ମୁହଁରୁ । ବୟସ ପ୍ରାୟ ୮୧ ବର୍ଷ, ରାସନ ଓ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଛି । ହେଲେ ବୟସର ଅପରାହ୍ନରେ ସରକାରଙ୍କ ତରଫରୁ ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ ଘର ଖଣ୍ଡଟିଏ । ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଗତ ବର୍ଷ ଦେହାନ୍ତ ହୋଇଗଲେ । ତାଙ୍କ ଆଖିକୁ ନା ଭଲ ଭାବେ ଦିଶୁଛି ନା ଚାଲିବାକୁ ଅଛି ବଳ । ସେହି ଅସୁବିଧାକୁ ଦେଖି ସମ୍ପର୍କୀୟ ଭାଣିଜୀ ସାହାଯ୍ୟର ହାତ ବଢ଼ାଇ ସେବା କରୁଛି । ସରକାର ଅସହାୟ ବୃଦ୍ଧା ମହିଳା ଚନ୍ଦ୍ରୀ ଗାଦବାଙ୍କୁ ରହିବା ପାଇଁ ଘର ଖଣ୍ଡିଏ ଯୋଗାଇ ଦେବା ସହ ଅସହାୟ ବୃଦ୍ଧାଙ୍କୁ  ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories