www.samajalive.in
Friday, December 5, 2025
20.1 C
Bhubaneswar

ପ୍ଲାଜମା ଦାନ କଲେ ବିଡିଓ, ଟ୍ୱିଟରରେ ଧନ୍ୟବାଦ ଦେଲେ ଜିଲାପାଳ

ଫୁଲବାଣୀ: କରୋନା ଲଢେଇରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି କନ୍ଧମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ। ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ଲାଜମା ଦାନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଶ୍ରୀ ବାଣୁଆଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଟ୍ୱିଟର ଜରିଆରେ ସାଧୁବାଦ ଜଣାଇଛନ୍ତି କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି.।

ସୂଚନା ମୁତାବକ, ଜିଲା ପ୍ରଶାସନ ପକ୍ଷରୁ କରୋନା ଲଢେଇରେ ସାମିଲ ଥିବା ରାଇକିଆ ବିଡିଓ ଶ୍ରୀ ବାଣୁଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କରୋନା ପାଇଁ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ଭାବେ କୋଣସି ଔଷଧ କିମ୍ବା ଟିକା ବାହାରି ନ ଥିବା ବେଳେ ପ୍ଲାଜମା ଚିକିତ୍ସାକୁ ଡାକ୍ତରମାନେ ଏକ ଭରସାଯୋଗ୍ୟ ଚିକିତ୍ସା ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରି ଆକ୍ରାନ୍ତ ରୋଗୀମାନଙ୍କଠାରେ ପ୍ରୟୋଗ କରାଯାଉଛି। ତେଣୁ ଅଧିକରୁ ଅଧିକ ଲୋକ ଏହି ପ୍ଲାଜମା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହାର ସଂରକ୍ଷଣ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି। ସରକାରଙ୍କ ଏହି ଆହ୍ୱାନରେ ଉତ୍ସାହିତ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଭଳି ଜନହିତକର କାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି। ରାଇକିଆ ବିଡିଓଙ୍କ ଏଭଳି ପଦକ୍ଷେପ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଦିଆଯାଇଥିବା ବେଳେ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ପ୍ରଦାନ ପାଇଁ ପ୍ରୋତ୍ସାହିତ କରିବ ବୋଲି ଜିଲାପାଳ ଆଶା ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories