www.samajalive.in
Friday, December 5, 2025
26.1 C
Bhubaneswar

ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ହେଲେ ‘ମାନ୍ନା’

ସମ୍ବଲପୁର: ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ତ୍ରୁଣମୂଳସ୍ତରରୁ ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ବ୍ୟାପକ ଅଦଳ ବଦଳ କରାଯାଉଛି। ଏହି କ୍ରମରେ ଶନିବାର ସମ୍ବଲପୁର ଜିଲାରେ କମିଟିର ଘୋଷଣା କରାଯାଇଛି। ପୂର୍ବରୁ ଜିଲା ସଭାପତି ଭାବରେ ସିଦ୍ଧାନ୍ତ ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଅନ୍ୟ ପଦପଦବୀ ପାଇଁ ନାମର ଘୋଷଣା କରାଯାଇଛି। ଜିଲାରେ ୫ ଜଣ ଉପ ସଭାପତି ଓ ୫ ଜଣ ସାଧାରଣ ସମ୍ପାଦକଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରି ନିଯୁକ୍ତି ଦେଇଛନ୍ତି। ନବ ନିଯୁକ୍ତ ଯୁବ ଜିଲା ଉପସଭାପତି ପଦରେ ସମ୍ବଲପୁରର ମୋଦିପଡା ନିବାସୀ ତଥା ଛାତ୍ରନେତା କିଶୋର କୁମାର ପଣ୍ଡା(ମାନ୍ନା)ଙ୍କୁ ନିଯୁକ୍ତ କରାଯାଇଛି।

ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରୁ ହିଁ ମହାବିଦ୍ୟାଳୟ ନିର୍ବାଚନରେ ଭାଗ ନେଇ ବିଜୟୀ ହୋଇଥିଲେ। ଛାତ୍ରଜୀବନରୁ ସମାଜସେବା ଓ ରାଜନୀତି ପ୍ରତି ଅନୁରକ୍ତି ଥିବା କିଶୋର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଦୃଢ଼ ସମର୍ଥକ ଭାବରେ ଜଣାଶୁଣା ଅଟନ୍ତି। ତାଙ୍କୁ ଉପ ସଭାପତି ଭାବରେ ନିୁଯକ୍ତ କରାଯାଇ ଗୁରୁଦାୟିତ୍ୱ ଅର୍ପଣ କରାଯାଇଥିବାରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଲବନ୍ତରାୟ, ଯୁବ ବିଜୁ ଜନତା ଦଳର ସଭାପତି ଡ. ବ୍ୟୋମକେଶ ରାୟ, ସମ୍ବଲପୁର ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥି ସହ ଜିଲାର ସମସ୍ତ ଯୁବ କର୍ମୀମାନଙ୍କୁ ସେମାନଙ୍କର ସହଯୋଗ ପାଇଁଧନ୍ୟବାଦ ଜଣାଇବା ସହିତ ଏହି ଗୁରୁଦାୟିତ୍ୱକୁ ସଫଳତାର ସହିତ ନିର୍ବାହ ପାଇଁ ସମସ୍ତ ସହଯୋଗରେ ଦଳକୁ ଆହୁରୀ ମଜବୁତ କରିବା ପାଇଁ ସର୍ବଦା ଚେଷ୍ଟିତ ରହିବେ ବୋଲି କିଶୋର କହିଛନ୍ତି। ଜିଲାରେ ସରୋଜ କୁମାର ପ୍ରଧାନ, ରାଜ କିଶୋର ପ୍ରଧାନ, ଅମିତାଭ ପରିଡା ଓ ମିଲନ ଖୁଣ୍ଟିଆଙ୍କୁ ମଧ୍ୟ ଉପ ସଭାପତି ଭାବରେ ନିଯୁକ୍ତ କରାଯାଇଛି।

- Advertisement -

 

 

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories