www.samajalive.in
Saturday, December 6, 2025
26.1 C
Bhubaneswar

୩ ଲୁଟିଆଙ୍କୁ କାବୁକଲେ ଗ୍ରାମବାସୀ

ଭଞ୍ଜନଗର: ଏହି ଥାନା ଅନ୍ତର୍ଗତ ବାରୁଡା ଗ୍ରାମରେ ଶନିବାର ୩ ଜଣ ଲୁଟିଆଙ୍କୁ ଗ୍ରାମବାସୀ କାବୁ କରି ପୁଲିସରେ ଜିମା ଦେବା ବେଳେ ଜଣେ ଚମ୍ପଟ ମାରିବା ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଲୁଟିଆମାନେ ୨ଟି ବାଇକରେ ଗାଁରେ ପ୍ରବେଶ କରି କୌଣସି ଘରୁ ଲୁଟ୍‍ କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ସୂଚନା ପାଇ ଲୁଟିଆଙ୍କ ପିଛା କରି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଦୁଇ ଲୁଟିଆଙ୍କୁ ଗ୍ରାମବାସୀ ଗାଁ ଦାଣ୍ଡ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ କରି କୁଲାଡ ଫାଣ୍ଡିକୁ ଖବର ଦେଇଥିଲେ। କୁଲାଡ ପୁଲିସ ବାରୁଡା ଗ୍ରାମରେ ପହଁଚି ଭଂଜନଗର ଥାନାକୁ ଜଣାଇଥିଲେ। ଭଞ୍ଜନଗର ଥାନା ପୁଲିସ୍‍ ବାରୁଡା ଗ୍ରାମରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଲୁଟିଆଙ୍କୁ ମୁକ୍ତ କରି ଥାନାକୁ ନେଇ ଯାଇଥିଲେ। କିଛି ସମୟ ପରେ ଲୁଚି ରହିଥିବା ଅନ୍ୟ ଜଣେ ଲୁଟିଆକୁ ଗ୍ରାମବାସୀ କାବୁ କରିବାରେ ସକ୍ଷମ ହୋଇଥିଲେ। ଏହି ଲୁଟିଆକୁ ମଧ୍ୟମ ଉତ୍ତ୍ୟକ୍ତ ଗ୍ରାମବାସୀ ଉତ୍ତମ ମଧ୍ୟମ କରି କୁଲାଡ ପୁଲିସ୍‍ରେ ହସ୍ତାନ୍ତର କରିଥିଲେ। କୁଲାଡ ଫାଣ୍ଡିର ଜୈନିକ କନେଷ୍ଟବଲ ଭଞ୍ଜନଗର ପୁଲିସ୍‍ ଜିପ୍‍କୁ ଅପେକ୍ଷା ନ କରି ଲୁଟିଆକୁ ବାଇକରେ ବସାଇ ଭଂଜନଗର ଥାନାକୁ ନେବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀଙ୍କ ଗହଣରେ କନଷ୍ଟେବଳ ଜଣକ ଲୁଟିଆକୁ ପାଦରେ ଚଲାଇଚଲାଇ ଆଣିବାବା ବେଳେ ଗାଁ ମୁହଁରେ ପୁଲିସର ହାତ ଛିଞ୍ଚାଡି ଦେଇ ଚମ୍ପଟ ମାରିଥିଲା। ଗ୍ରାମବସୀ ଓ ପୁଲିସ୍‍ ଲୁଟିଆର ପିଛା କରିଥିଲେ ହେଁ ପତ୍ତା ପାଇନଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ କନଷ୍ଟେବଳଙ୍କୁ ଘେରାଉ କରି ପାଟିତୁଣ୍ଡ କରିଥିଲେ। କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ଭଂଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ବାରୁଡା ଗ୍ରାମରେ ପହଁଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। କିଛିଦିନ ଧରି ବାରୁଡା ଗ୍ରାମରେ ବିଭିନ୍ନ ଘରୁ ଛୋଟବଡ ଚୋରୀ ଘଟଣା ଲଗି ରହିଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ପଡିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories