www.samajalive.in
Saturday, December 13, 2025
27.1 C
Bhubaneswar

ପିପିଲି ଟୋଲପ୍ଲାଜା ସମ୍ମୁଖରେ ଗଣବିକ୍ଷୋଭ; ନୂତନ କୃଷି ଆଇନ ରଦ୍ଦ ଓ ବିଦ୍ୟୁତ୍‍ ସଂଶୋଧନ ବିଲ୍‍-୨୦୨୦ ପ୍ରତ୍ୟାହାର ଦାବି ଜୋର ଧରିଲା

ପିପିଲି : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ରଦ୍ଦ କରିବା ଓ ବିଦ୍ୟୁତ୍‍ ସଂଶୋଧନ ବିଲ୍‍-୨୦୨୦କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ପକ୍ଷରୁ ଶନିବାର ଦିନ ପିପିଲି ଟୋଲ୍‍ପ୍ଲାଜା ସମ୍ମୁଖରେ ଦୀର୍ଘ ୩ ଘଣ୍ଟାକାଳ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ଟୋଲ୍‍ପ୍ଲାଜାର ସେନ୍ସର ସମେତ ସମସ୍ତ ବୈଦ୍ୟୁତିକ ବ୍ୟବସ୍ଥାକୁ ବନ୍ଦ କରିଦେବା ସହ ଗେଟ୍‍ଗୁଡିକୁ ମୁକୁଳା କରି ଦେଇଥିଲେ। ଫଳରେ ସେହି ବାଟ ଦେଇ ଯାଉଥିବା ଗାଡିମୋଟରଗୁଡିକ ବିନା ଶୁଳ୍କରେ ଯାତାୟତ କରିଥିଲା।
ରାଜ୍ୟ ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମ୍‍, ସିପିଆଇ(ଏମ୍‍ଏଲ୍‍) ଲିବରବେସନ୍, ସିପିଆଇ ଫରୱାର୍ଡ ବ୍ଲକ, ଆଇଏନ୍‍ଟିସି, ଆଇଏନ୍‍ଟିୟୁସି, ସିଟୁ, ଏଆଇଟିୟୁସି, ଏଆଇସିସିଟିୟୁ, ଏଆଇଏଫ୍‍ବି, ନବ ନିର୍ମାଣ କୃଷକ ମହାସଂଘ, ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ସଂଗଠନ, ଏଆଇକେଏମ୍‍, ଟିୟୁସିଆଇ, ସିପିଆଇ (ଏମ୍‍ଏଲ୍‍) ରେଡ୍‍ ଷ୍ଟାର, ବସ୍ତି ସୁରକ୍ଷା ମଞ୍ଚ, ଘରୋଇ ମହିଳା ସଂଗଠନ, ଅଲ୍‍ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ସମେତ ଅନେକ ସଂଗଠନ ପକ୍ଷରୁ ୩ଶହରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ଚାଷୀମାନେ ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଜଇସପାଟଣା ଛକଠାରୁ ଏକ ଶୋଭାଯାତ୍ରା ବାହାରି ପିପିଲି ଟୋଲ୍‍ପ୍ଲାଜାଠାରେ ପହଞ୍ଚିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଟୋଲ୍‍ପ୍ଲାଜାକୁ ଅଚଳ କରି ଦେବା ଫଳରେ ବିନା ଦେୟରେ ଗାଡିମୋଟର ଯାତାୟତ କରିଥିଲା। ପରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ବାମପନ୍ଥୀ ତଥା କୃଷକନେତା ଅଶୋକ ପ୍ରଧାନ, ଜଗନ୍ନାଥ ମିଶ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡା, ସୁଦର୍ଶନ ପ୍ରଧାନ, ଯୁଧିଷ୍ଠୀର ମହାପାତ୍ର, କିଶୋର ଜେନା, କମ୍ରେଡ୍‍ ପ୍ରମିଳା, ପ୍ରଭାତି ମିଶ୍ର, ସୁରେଶ ପାଣିଗ୍ରାହୀ, ନିରଞ୍ଜନ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ଗୋବିନ୍ଦ ମହାପାତ୍ର, ଶରତ ପ୍ରଧାନ, ଛବି ପ୍ରଧାନ, ସୁବଳ ସାହୁ, ରାଜେନ୍ଦ୍ର ପ୍ରସାଦ, ଶିବରାମ, ହେନା ବାରିକ, ରାଧାରାଣୀ ମହାରଣା, ଶ୍ରୀକାନ୍ତ ମହାନ୍ତି, ବଟକୃଷ୍ଣ ସ୍ୱାଇଁ, ସୀମା ସେଠୀ, ସର୍ବେଶ୍ୱର ଭାରତୀ, ସୁନନ୍ଦ ଗଡନାୟକ, ରାଜକିଶୋର ଶତପଥୀ, କାହ୍ନୁଚରଣ ବେହେରା, ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ କଡା ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ନୂତନ କୃଷକ ବିରୋଧି ୩ଟି କୃଷି ଆଇନକୁ ତୁରନ୍ତ ରଦ୍ଦ କରାଯିବା ଏବଂ ଜନବିରୋଧି ବିଦ୍ୟୁତ୍‍ ବିଲ୍‍-୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ଏହି କୃଷକ ବିରୋଧି ଏବଂ କର୍ପୋରେଟ ସପକ୍ଷବାଦୀ କୃଷି ଆଇନ ରଦ୍ଦ ନହେବା ଯାଏଁ ଜୋରଦାର ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ସେଠାରେ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories