www.samajalive.in
Sunday, December 14, 2025
26.1 C
Bhubaneswar

ଘରେ ସକରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର କରନ୍ତୁ ବ୍ୟବହାର

ଐଶାନ୍ୟ କୋଣ ଜଳ ଏବଂ ଭଗବାନ ଶିବଙ୍କ ସ୍ଥାନ, ଏହାସହ ଗୁରୁ ଗ୍ରହ ଏହି ଦିଗର ସ୍ୱାମୀ ଅଟନ୍ତି। ଐଶାନ୍ୟ କୋଣରେ ପୂଜା ଘର, ମାଠିଆ ଆଦି ରଖିବା ଶୁଭ।
– ଆଗ୍ନେୟ କୋଣ ଅଗ୍ନି ଏବଂ ମଙ୍ଗଳଙ୍କ ସ୍ଥାନ। ଏହା ସହ ଶୁକ୍ର ଗ୍ରହ ଏହି ଦିଗର ସ୍ୱାମୀ। ଏହି କୋଣରେ ରୋଷେଇ ଘର, ବୈଦୁତିକ ଉପକରଣ ଆଦି ରଖିବା ଉଚିତ।
– ବାୟୁ କୋଣ ବାୟୁର ସ୍ଥାନ। ଏହି ଦିଗର ସ୍ୱାମୀ ଚନ୍ଦ୍ର। ଏହି କୋଣରେ ଝରକା, ଘରର ବୈଠକ କକ୍ଷ ମଧ୍ୟ ରହିବା ଉତ୍ତମ।
– ନୈରତ୍ୟ କୋଣ ପୃଥିବୀ ତତ୍ତ୍ୱର ସ୍ଥାନ। ଏହି ଦିଗର ସ୍ୱାମୀ ରାହୁ ଓ କେତୁଙ୍କୁ କୁହାଯାଏ। ଏହି କୋଣର ସ୍ଥାନକୁ ଉଚ୍ଚ ଓ ଭାରୀ ଦ୍ରବ୍ୟ ରଖିବା ଉଚିତ। ଟିଭି, ରେଡ଼ିଓ, ଖେଳକୁଦର ସାମଗ୍ରୀ, ସୁରକ୍ଷିତ ରଖିବାକୁ ଚାହୁଁଥିବା ସାମଗ୍ରୀକୁ ରଖିପାରିବେ।
– ଘରେ ସକରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର ବ୍ୟବହାର କରନ୍ତୁ।
ଘରେ କଦାପି ଭଙ୍ଗାରୁଜା ବାସନ ରଖନ୍ତୁ ନାହିଁ। ଭଙ୍ଗାରୁଜା ବାସନ ରଖିବା ଦ୍ୱାରା ଘରେ ଦରିଦ୍ରତା ବାସ କରିଥାଏ। କୌଣସି ବସ୍ତୁର ଭଙ୍ଗାକାଚ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।
– ଶୟନ କକ୍ଷରେ ଥିବା ଖଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ନକରାତ୍ମକ ପ୍ରଭାବ ପଡ଼ିଥାଏ।
– ଘରେ ଚାଲୁଥିବା ଅଣ୍ଡାକାର, ଅଷ୍ଟଭୁଜାକାର, ଷଡ଼ଭୁଜାକାର ଘଣ୍ଟା ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
– ଘରର ମୁଖ୍ୟ ଦ୍ୱାର କବାଟ ସାମାନ୍ୟ ଭାଙ୍ଗିଥିଲେ ଅଥବା ଫାଟିବା ସୃଷ୍ଟି ହୋଇଥିଲେ ଏହାକୁ ତୁରନ୍ତ ହଟାଇ ନୂତନ କବାଟ ଲଗାନ୍ତୁ। ନଚେତ ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories