www.samajalive.in
Friday, December 12, 2025
16.1 C
Bhubaneswar

ଗୋଛାପଡ଼ା ଥାନା ଅଞ୍ଚଳରେ ଜୋରଦାର କମ୍ବିଂ, ମହିଳା ମାଓବାଦୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଞ୍ଚାୟତ ଅଡ଼ାବାଲି ଓ ଆଖପାଖ ଜଙ୍ଗଲର ପୁଲିସ ପକ୍ଷରୁ ହୋଇଥିବା କମ୍ବିଂ ଅପରେସନରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି।
ଏହି ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ଗତ ତିନିଦିନ ଧରି କମ୍ବିଂ ଚାଲିଥିଲା। ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ଅଞ୍ଚଳରେ କିଛି ମାଓବାଦୀ ରହିଥିବା ସନ୍ଦେହ କରି ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯଇଥିଲା। ସେହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ପୁଲିସ ଉପରକୁ ଗୁଳିଚାଲନା କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ମହିଳା ମାଓବାଦୀ ୟୁନିଫର୍ମ ପିନ୍ଧିଥିବା କୁହାଯାଇଛି। ସଂପୃକ୍ତ ଅଂଚଳରୁ ପୁଲିସ ଦୁଇଟି ବନ୍ଧୁକ ଓ ଚାରି ରାଉଣ୍ଡ ଗୁଳି ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ମହିଳା ମାଓବାଦୀଙ୍କ ପରିଚୟ ଜଣାପଡିନି। ସଂପୃକ୍ତ ଅଞ୍ଚଳରେ ୧୫ରୁ ଅଧିକ ମାଓବାଦୀ ରହିଥିବା ସନ୍ଦେହ କରାଯାଉଛି। ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। କମ୍ବିଂ ଅପରେସନରେ ଡିଭିଏଫ ଓ ଏସଓଜି ସାମିଲ ଥିଲେ। ଏନେଇ ଜିଲା ପୁଲିସ୍‍ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନି। ଅଧିକ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ପୁଲିସ୍‍ ପ୍ରଶାସନ ପ୍ରକାଶ କରିଛି।

କିଛିମାସ ତଳେ ମଧ୍ୟ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛାପଡ଼ା ଅଞ୍ଚଳରେ ଏକାଧିକ ଥର ମାଓବାଦୀ-ପୁଲିସ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀମାନେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିଲେ। ସେହିଭଳି ଗୋଛାପଡା ଥାନା ଅଞ୍ଚଳରୁ ଦୀର୍ଘଦିନ ଧରି ମାଓ ସଂଗଠନରେ ସାମିଲ୍‍ ଥିବା ଜଣେ ମାଓବାଦୀ ମଧ୍ୟ ପୁଲିସ୍‍ ନିକଟରେ ଗତବର୍ଷ ଆତ୍ମସମର୍ପଣ କରିଥିଲେ। ଅନ୍ୟପକ୍ଷରେ ଆଜି ଫୁଲବାଣୀ ଠାରେ ଆୟୋଜିତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫୁଲବାଣୀ ଆସିଥିଲେ ମଧ୍ୟ ଗୋଛାପଡା ଥାନା ଅଞ୍ଚଳର କେତେକ ସ୍ଥାନରେ କମ୍ବିଂ ଚାଲିଥିବା ଖବର ପାଇ ସେ ବାଟରେ ଜଣେ ସମ୍ପର୍କୀୟଙ୍କ ଘରେ ରାତ୍ରି ଯାପନ କରିଥିବା ଖବର ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories