www.samajalive.in
Tuesday, December 9, 2025
15.1 C
Bhubaneswar

ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ: ଦନ୍ତହୀନ ଦନ୍ତରୋଗ ବିଭାଗ  

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଦନ୍ତ ଚିକିତ୍ସା ବିଭାଗରେ ରୋଗୀଙ୍କୁ ଆବଶ୍ୟକୀୟ ସେବା ମିଳୁନି ା ସାଧାରଣ ଦନ୍ତ ରୋଗ ପାଇଁ ଚିକିତ୍ସା ମିଳୁଥିଲେ ମଧ୍ୟ ଉନ୍ନତ ଚିକିତ୍ସା ପାଇବାରୁ ରୋଗୀ ବଞ୍ଚିତ ହେଉଛନ୍ତି ା ଫଳରେ ରୋଗୀଙ୍କୁ ଘରୋଇ କ୍ଳିନିକ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।

ବ୍ରହ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ସରକାରୀ କିମ୍ବା ଘରୋଇ ଡେଣ୍ଟାଲ ମେଡିକାଲ କଲେଜ ନଥିବାରୁ ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ଦାନ୍ତର ବିଭିନ୍ନ ଚିକିତ୍ସା ବ୍ୟୟବହୁଳ ହୋଇପଡ଼ୁଛି। ଅତ୍ୟାଧୁନିକ ଦାନ୍ତ ଚିକିତ୍ସା ପାଇଁ ଲୋକଙ୍କୁ କଟକ ନତୁବା ଭୁବନେଶ୍ବର ଯିବାକୁ ପଡ଼ୁଛି।କଟକ​ରେ ଥିବା ଏସସିବି ଡେଣ୍ଟାଲ ମେଡିକାଲ କଲେଜ ଓ ହସପିଟାଲରେ ରୋଗୀଙ୍କୁ କିଛି ସେବା ମାଗଣା ମିଳୁଥିବା ବେଳେ ଆଉ କିଛି ସେବା ପାଇଁ ଅତି ଅଳ୍ପ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସେହିପରି ଭୁବନେଶ୍ବରରେ ଥିବା ଆଇଏମଏସ ସମ ହସପିଟାଲର ବିଡିଏସ କଲେଜରେ ମଧ୍ୟ କମ ଖର୍ଚ୍ଚରେ ରୋଗୀଙ୍କ ଦାନ୍ତ ଚିକିତ୍ସା ହୋଇପାରୁଛି। ହେଲେ ରାଜ୍ୟର ଅନ୍ୟ କୌଣସି ମେଡିକାଲ କଲେଜ କିମ୍ବା ମୁଖ୍ୟ ଚିକିତ୍ସାଳୟରେ ଦାନ୍ତ ଚିକିତ୍ସା ପାଇଁ ପର୍ୟ୍ୟାପ୍ତ ଭିତ୍ତିଭୂମି ନାହିଁ। ଏମକେସିଜି ମେଡିକାଲ କଲେଜ କଥା ବିଚାରକୁ ନେଲେ ଏଠାରେ ଥିବା ଦନ୍ତ ଚିକିତ୍ସା ବିଭାଗରେ କେବଳ ଦାନ୍ତ ରୋଗର ପ୍ରାଥମିକ ଚିକିତ୍ସା ପାଇଁ ପରାମର୍ଶ ସହ ଦାନ୍ତ ଉପାଡିବାର ବ୍ୟବସ୍ଥା ରହିଛି। ଏହି ବିଭାଗର ଆଉଟଡୋରରେ ଅତି ଅଳ୍ପ ସଂଖ୍ୟକ ରୋଗୀଙ୍କୁ ହିଁ ଦେଖିବାକୁ ମିଳୁଛି। ସେହିପରି ଟ୍ରମା କେୟାର ନତୁବା କାଜୁଆଲିଟିରେ ଭର୍ତ୍ତି ହେଉଥିବା ଦୁର୍ଘଟଣା ଶିକାର ଗୁରୁତର ରୋଗୀଙ୍କ ଅ​‌​‌ସ୍ତ୍ରପଚାର ଦରକାର ହେଲେ ଏହି  ବିଭାଗର ଡାକ୍ତରଙ୍କୁ ଖୋଜା ପଡ଼ିଥାଏ। ହେଲେ ଏହି ବିଭାଗରେ ଦାନ୍ତର ରୁଟ୍ କେନାଲ, ବ୍ରିଜେସ ଆଣ୍ଡ ଇ​‌ମ୍ପ୍ଳାଣ୍ଟ ଓ ବ୍ରାସେସ ଭଳି ସେବା ଆଜି ପର୍ୟ୍ୟନ୍ତ ଉପଲବ୍ଧ ହୋଇପାରି ନାହିଁ।  ଫଳରେ ଦାନ୍ତ ପୀଡ଼ା ନେଇ ଏହି ବିଭାଗକୁ ଆସୁଥିବା ଅଧିକାଂଶ ରୋଗୀଙ୍କୁ ସହରର ବିଭିନ୍ନ ଘରୋଇ କ୍ଳନିକକୁ ଯିବାକୁ ପଡ଼ୁଛି। ଏଥିପାଇଁ ରୋଗୀଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏମକେସିଜି ଦନ୍ତ ବିଭାଗରେ ଏକ ଆଉଟଡୋର ସହ ଓଟି ରହିଛି। ଏହି ବିଭାଗରେ ପ୍ରଫେସର, ଅସୋସିଏଟ ପ୍ରଫେସର, ସହକାରୀ ପ୍ରଫେସର ଓ ସିନିୟର ରେସେିଡେଣ୍ଟଙ୍କୁ ମିଶାଇ ମୋଟ ୮ ଜଣ ଡାକ୍ତର କାର୍ୟ୍ୟରତ ଅଛନ୍ତି। ହେଲେ ଆବଶ୍ୟକୀୟ ସରଞ୍ଜାମ ତଥା ଯନ୍ତ୍ରପାତି, ସାମଗ୍ରୀ ଅଭାବରୁ ଦନ୍ତ ରୋଗ ସମ୍ବନ୍ଧୀତ ଅନେକ ସେବା ଆଜି ପର୍ୟ୍ୟନ୍ତ ଲୋକଙ୍କୁ ମିଳିପାରୁନି। ଏ ନେଇ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ପି.କେ.ମହାନ୍ତିଙ୍କୁ ପଚରାଯିବାରେ ଆଗାମୀ କିଛି ଦିନ ମଧ୍ୟରେ ଏମକେସିଜିରେ ରୁଟ କେନାଲ ଭଳି ସେବା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ସେଥିପାଇଁ ଆବଶ୍ୟକୀୟ ସରଞ୍ଜାମ କିଣିବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ  ପଦକ୍ଷେପ ନିଆଯାଇସାରିଛି ବୋଲି ସେ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories