www.samajalive.in
Tuesday, December 9, 2025
19.1 C
Bhubaneswar

୧୬ ଡିସେମ୍ବର ବିଜୟ ଦିବସ: କିଛି ଜଣା, କିଛି ଅଜଣା

ଭାରତୀୟ ଇତିହାସରେ ଏକ ଚର୍ଚ୍ଚିତ ତଥା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିବା ତାରିଖ ହେଉଛି ଡିସେମ୍ବର ୧୬। ଏହି ତାରିଖ ଆସିଲେ ଗର୍ବରେ ଫୁଲିଉଠେ ପ୍ରତ୍ୟେକ ଭାରତୀୟର ଛାତି। କାରଣ ୧୯୭୧ ମସିହା ଏହି ଦିନରେ ଶତ୍ରୁ ଦେଶ ପାକିସ୍ତାନକୁ ଧୂଳି ଚଟାଇ ଯୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ। ଏହାପରଠାରୁ ଡିସେମ୍ବର ୧୬କୁ ସାରା ଦେଶ ବିଜୟ ଦିବସ ଭାବେ ପାଳନ କରିଆସୁଛି। ଆସନ୍ତୁ ଜାଣିବା ବିଜୟ ଦିବସ ବିଷୟରେ କିଛି ଅଜଣା ତଥା ରୋଚକ କଥା –

-୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମାପ୍ତ ହେବା ପରେ ବିଜୟ ଦିବସ ପାଳନ କରାଯାଇଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ଏବଂ ଏହି ଦିନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ପ୍ରତିବର୍ଷ ୧୬ ଡିସେମ୍ବରରେ ବିଜୟ ଦିବସ ପାଳନ କରାଯାଏ।
-୧୩ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ହଜାର ହଜାର ଭାରତୀୟ ସୈନିକ ଶହୀଦ ହୋଇଥିଲେ, କିନ୍ତୁ ଭାରତୀୟ ସେନା ସମଗ୍ର ବିଶ୍ୱ ପାଇଁ ନିଜର ବୀରତ୍ୱ ପ୍ରମାଣ କରିଥିଲା।
-୧୯୭୧ ମସିହାରେ ଇଣ୍ଡୋ-ପାକ୍ ଯୁଦ୍ଧକୁ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ସାମ୍ ମାନେକ୍ସା ପରିଚାଳନା କରିଥିଲେ।
-୧୯୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ପ୍ରାୟ ୧୧ ଟି ଭାରତୀୟ ଏୟାରଫିଲ୍ଡ ଉପରେ ଆକ୍ରମଣ କରିଥିଲା ଯାହା ଦ୍ୱାରା ଭାରତ-ପାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା।
-୧୯୭୧ ଭାରତ ଏବଂ ପାକିସ୍ଥାନ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।
-ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ୩,୯୦୦ ଭାରତୀୟ ସୈନିକ ସହିଦ ହୋଇଥିଲେ ଏବଂ ୯,୮୫୧ ସୈନିକ ଆହତ ହୋଇଥିଲେ।
-ଏହି ଭାରତ-ପାକିସ୍ତାନ ଯୁଦ୍ଧ ପରେ ବାଂଲାଦେଶ ନାମରେ ବିଶ୍ୱ ମାନଚିତ୍ରରେ ଏକ ନୂତନ ଦେଶ ଗଠନ ହେଲା।
-ପାକିସ୍ତାନୀ ସେନା କମାଣ୍ଡର ଲେଫ୍ଟ ଜେନେରାଲ ଅମୀର ଅବଦୁଲ୍ଲା ଖାନ ନିଆଜୀ ପ୍ରାୟ ୯୩,୦୦୦ ପାକିସ୍ତାନୀ ସୈନିକଙ୍କୁ ଭାରତୀୟ ସେନା କମାଣ୍ଡର ଜଗଜିତ୍ ସିଂ ଆରୋରାଙ୍କ ନିକଟରେ ସମର୍ପଣ କରିଥିଲେ।
-ଭାରତୀୟ ବାୟୁସେନା ଜେଟଗୁଡିକ ପିଏଏଫ୍‍ ଏୟାରଫିଲ୍ଡ ଉପରେ ବୋମା ପକାଇଥିଲା ଯାହା ପାକିସ୍ତାନକୁ ଏୟାରଫିଲ୍ଡ ଦ୍ୱାରା ଆକ୍ରମଣ କରିବାକୁ ଅକ୍ଷମ କରିଥିଲା।
-ଭାରତୀୟ ବାୟୁସେନା ଗୋଟିଏ ଦିନରେ ୫୦୦ରୁ ଅଧିକ ପ୍ରକାରର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅପେକ୍ଷା ଅଧିକ ବୋଲି ବିଶ୍ୱାସ କରାଯାଏ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories