www.samajalive.in
Monday, December 15, 2025
16.1 C
Bhubaneswar

କଟା ଗୋଡ଼କୁ ରୋଗୀଙ୍କ ତକିଆ ଭାବେ ବ୍ୟବହାର କଲେ ଡାକ୍ତର

ଝାନ୍ସି : ଉତ୍ତର ପ୍ରଦେଶ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ପୁଣି ଏକ ଚରମ ଅବହେଳା ଦେଖିବାକୁ ମିଳିଛି । ଝାନ୍ସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ଡାକ୍ତରମାନେ ବସ୍‌ ଦୁର୍ଘଟଣାରେ ଗୁରୁତର ଜଣେ ରୋଗୀର ଗୋଟିଏ ଗୋଡ଼କୁ କାଟିବା ପରେ ତାର ତକିଆ ଭାବେ ବ୍ୟବହାର କରିଥିଲେ । ଅର୍ଥାତ କଟା ଗୋଡ଼କୁ ଡାକ୍ତରମାନେ ରୋଗୀର ମୁଣ୍ଡ ତଳେ ଦେଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଏକ ଟିଭି ଚ୍ୟାନେଲରେ ଏହି ଘଟଣା ପ୍ରସାରିତ ହେବା ପରେ ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ ଶନିବାର ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରେ ବସ୍‌ର କ୍ଲିନର ଗୁରୁତର ଭାବେ ଆହତ ହୋଇଥିଲେ । କ୍ଲିନରଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରମାନଙ୍କୁ କ୍ଲିନରଙ୍କ ଗୋଡଟିକୁ କାଟିବାକୁ ପଡ଼ିଥିଲା । ଏହାପରେ ତାଙ୍କ କଟା ଗୋଡ଼ଟିକୁ ତାଙ୍କ ମୁଣ୍ଡ ତଳେ ତକିଆ ଭାବେ ଦିଆଯାଇଥିଲା । ପାଖରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏହା ଦେଖି ସ୍ତବ୍ଦ ହୋଇଯାଇଥିଲେ ।

- Advertisement -

ଅପରପକ୍ଷରେ କଟା ଗୋଡକୁ ତକିଆ ଭାବେ ବ୍ୟବହାର କରାଯିବା ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃର୍ପକ୍ଷ ଖଣ୍ଡନ କରିବା ସହ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories