www.samajalive.in
Saturday, December 13, 2025
21.1 C
Bhubaneswar

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ କୃଷକ ସଂଗଠନଗୁଡ଼ିକର ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି। ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରି କୃଷକ ସଂଗଠନଗୁଡ଼ିକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇନ ବିରୋଧରେ ଚାଷୀ ସଂଗଠନ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। କୃଷି ଆଇନ ବିରୋଧରେ ଭାରତୀୟ କୃଷକ ସଂଗଠନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାୟର କରାଯାଇଛି।

Image Courtesy: PTI

ପିଟିଶନରେ ୩ଟି ଯାକ ଆଇନକୁ ଚ୍ୟାଲେଞ୍ଜ କରାଯାଇଛି। ଏହା ପୂର୍ବରୁ ଗୁରୁବାର କୃଷକ ସଂଗଠନଗୁଡ଼ିକ ସାମ୍ବାଦିକ ସମ୍ମିଳନୀ କରି ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଶେଷ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ। ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମଧ୍ୟ ଆହ୍ବାନ କରିଥିଲେ।

- Advertisement -

ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକମାନଙ୍କୁ ନିବେଦନ କରି ଆନ୍ଦୋଳନ ଶେଷ କରିବାକୁ କହିଛନ୍ତି। ଏହା ସହିତ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଟ୍ବିଟ୍‌ କରି ଚାଷୀମାନଙ୍କୁ ସ୍ବତନ୍ତ୍ର ଭାବେ ଅନୁରୋଧ କରିଛନ୍ତି।


ପ୍ରଧାନମନ୍ତ୍ରୀ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦ୍ବାରା କରାଯାଇଥିବା ଅନୁରୋଧକୁ ଶୁଣିବାକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ମନ୍ତ୍ରିମଣ୍ଡଳର ମୋର ଦୁଇ ସହଯୋଗୀ ନରେନ୍ଦ୍ର ସିଂ ତୋମାର ଏବଂ ପୀୟୁଷ ଗୋୟଲ ନୂଆ କୃଷି ଆଇନ ଏବଂ କୃଷକଙ୍କ ଦାବିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେମାନଙ୍କ କଥା ଚାଷୀମାନେ ଶୁଣନ୍ତୁ ବୋଲି ମୋଦୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ଆଇନକୁ ଦେଶବ୍ୟାପୀ ଚାଷୀମାନେ ବିରୋଧ କରିଛନ୍ତି। ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଦାବିରେ କୃଷକ ସଂଗଠନଗୁଡ଼ିକ ୧୬ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories