www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରକ ଓ ଟ୍ରାକ୍ଟର ଧକ୍କା ; ୨ ମୃତ, ୨ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କାଳିଆପଡା ଘାଟି ରାସ୍ତାରେ ଗତ କାଲି ବିଳମ୍ବିତ ରାତ୍ରିରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୨ଜଣଙ୍କ ଶୋଚନିୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ଏବଂ ଅନ୍ୟ ଜଣେ ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ଟିକିରି ପୁଲିସ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିିକତ୍ସା ପାଇଁ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସାପରେ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରିରେ ଟ୍ରାକ୍ଟରଟି ଟିକିରିରୁ ରାୟଗଡା ରାସ୍ତାରେ ଗ୍ରସ୍ତ କରୁଥିବା ସମୟରେ ଟ୍ରାକ୍ଟରଟି କାଳିଆପଡା ଘାଟି ନିକଟରେ ଦୁର୍ଘଟଣା ହୋଇ ଟ୍ରକ୍ଟର ଡାଲା ଏବଂ ମୁଣ୍ଡ ଅଲଗା ହୋଇପଡିଥିଲା। ଟ୍ରାକରେ ବସିଥିବା ଅନ୍ୟମାନେ ଆହାତ ହୋଇଥିଲେ। ଟ୍ରାକ୍ଟର ଚାଳକ ଏବଂ ଅନ୍ୟଜଣେ ଟ୍ରାକ୍ଟରେ ବସିଥିବା ବ୍ୟକ୍ତି ଟ୍ରାକ୍ଟର ନିକଟରେ ବସିଥିଲେ। ଏହି ସମୟରେ ଟିକିରିରୁ ରାୟଗଡା ଅଭିମୁଖେ ଏକ କାଠ ବୋଝେଇ ଟ୍ରକ ସେହିରାସ୍ତା ଦେଇ ଗତିକରୁଥିବା ସମୟରେ ଟ୍ରକଟି ଟ୍ରାକ୍ଟରେ ଧକ୍କା ହୋଇ ଓଲଟି ପଡିଥିଲା।

ଫଳରେ ଟ୍ରାକ୍ଟର ନିକଟରେ ବସିଥିବା ଟ୍ରାକ୍ଟର ଚାଳକ ଏବଂ ଅନ୍ୟଜଣେ ବ୍ୟକ୍ତିଙ୍କ ଉପରେ ଟ୍ରକରେ ଥିବା କାଠଗୁଡିକ ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହାତ ହୋଇଛନ୍ତି ।ଖବର ପାଇ ଟିକିରି ଆଇଆଇସି ବନ୍ଦନା ନାଏକଙ୍କ ସହ ପୁଲିସଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜି ପରିବାର ଲୋକଙ୍କୁ ସୂଚନା ଦେବା ସହ ଘଟଣାର ତଦନ୍ତ ଚଲାଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories