www.samajalive.in
Sunday, December 7, 2025
14.1 C
Bhubaneswar

ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଆଠଗଡ : ମା ମଙ୍ଗଳା କ୍ଲବ୍ ଆନୁକୁଲ୍ୟରେ ବୀରକିଶୋରପୁର ଖେଳ ପଡିଆରେ ଚାଲିଥିବା ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁଣ୍ଣାମେଣ୍ଟର ସପ୍ତମ ଦିନରେ ଅନୁଷ୍ଠିତ ୨ଟି ମ୍ୟାଚ ମଧ୍ୟରୁ ଗୋଟିଏ ଶେଷ କ୍ୱାଟର ଫାଇନାଲ ହୋଇଥିବାବେଳେ ଅନ୍ୟଟି ସେମିଫାଇନାଲ ଥିଲା। ଶେଷ କ୍ୱାଟରଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚୌଦ୍ୱାରର ଗୋଲଡେନ ଷ୍ଟାର କ୍ଲବ ୮.୧ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ୍ରେ ଭୁବନେଶ୍ୱରର କମାଣ୍ଡୋ ଇଲେଭେନ କ୍ରିକେଟ କ୍ଲବ୍ ମାତ୍ର ୪.୪ ଓଭରରେ ୨ ୱିକେଟ ହରାଇ ୫୬ ରନ୍ ସଂଗ୍ରହ କରି ସେମିଫାଇନାଲକୁ ଉନ୍ନୀତ ହୋଇ ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ଉନ୍ନତ ଖେଳ ପ୍ରଦର୍ଶନ କରି କମାଣ୍ଡୋ ଇଲେଭେନ ଦଳର ରାଜେଶ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପରେ ପରେ ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କମାଣ୍ଡୋ ଇଲେଭେନ କ୍ଲବ ନିର୍ଦ୍ଧାରିତ ୧୫ଓଭରରେ ୮ୱିକେଟ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲେ। ଏହାର ଅନୁଧାବନ କରିଥିବା ରାଜନଗର କ୍ରିକେଟ କ୍ଲବ୍ ୧୫ ଓଭରରେ ୫ୱିକେଟ ହରାଇ ୧୧୨ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ। ଏହି ମ୍ୟାଚରେ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରି ରାଜେଶ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ଦୁଇଟି ଯାକ ମ୍ୟାଚ ନବକିଶୋର ବେହେରା ଓ ସୌମ୍ୟରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ। ସପ୍ତମ ଦିନରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଫଣିଭୂଷଣ ରଥ ଓ ସମ୍ମାନିତ ଅତିଥି ଭାବେ ଦାଶରଥି ବେହେରା, ଗୁରୁ ପଦାରବିନ୍ଦ ରାଉତ, ରତିରଞ୍ଜନ ପାଇକରାୟ, ଓ ସରୋଜ ଦାସ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ମ୍ୟାନ ଅଫ ଦି ମ୍ୟାଚଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ କ୍ଲବ୍ର  ସୁଜିତ ବେହେରା, ଶ୍ରୀତମ ଶତପଥୀ ଓ ମୟୂର ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories