ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜିର ଭୂମି ପୂଜନ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେଇଛନ୍ତି।

ନିର୍ମାଣ ହେବାକୁ ଯାଉଥିବା ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ହଜାର ୫୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ। ଯାହାର ଆନୁମାନିକ ମୂଲ୍ୟ ୯୭୧କୋଟି ଟଙ୍କା ହେବ। ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ ଟାଟା ଗ୍ରୁପ୍ କରିବ।

Comments are closed.