www.samajalive.in
Saturday, December 13, 2025
27.1 C
Bhubaneswar

ଜାଣନ୍ତୁ ୨୦୨୦ରେ ଗୁଗଲରେ ଅଧିକ ଥର କ’ଣ ସର୍ଚ୍ଚ କରିଛନ୍ତି ଭାରତୀୟ

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଇଂରାଜୀ ପୁରୁଣା ବର୍ଷ ୨୦୨୦କୁ ବିଦାୟ ଦେବା ଓ ନୂଆବର୍ଷ ୨୦୨୧କୁ ସ୍ବାଗତ କରିବା। ସାରା ବିଶ୍ବ ଏବେ ନୂଆବର୍ଷର ଅପେକ୍ଷାରେ ରହିଛି। ଚଳିତ ବର୍ଷ(୨୦୨୦) ମହାମାରୀର ବର୍ଷ ପାଲଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରେ ସାରା ବିଶ୍ୱରେ ଅନେକ ଲୋକଙ୍କର ପ୍ରାଣ ଯାଇଛି। କିନ୍ତୁ ତଥାପି ଲୋକମାନେ କରୋନା ପାଇଁ ଚିନ୍ତିତ ନୁହଁନ୍ତି। ଆମେ ଏ କଥା କହୁ ନାହୁଁ, ମାତ୍ର ଗୁଗଲର ସର୍ଚ୍ଚ ରିପୋର୍ଟ ୨୦୨୦ରେ ଏହା ପ୍ରକାଶ ପାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ୨୦୨୦ ମସିହାରେ ସର୍ଚ୍ଚ ରିପୋର୍ଟରେ କରୋନା ନାମ ଶୀର୍ଷ ଟ୍ରେଣ୍ଡ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶୀର୍ଷ ଟ୍ରେଣ୍ଡ ତାଲିକାର ପ୍ରଥମ ସ୍ଥାନରେ ରହିଛି ଆଇପିଏଲ୍।

ତେବେ ଆସନ୍ତୁ ଜାଣିବା ଚଳିତବର୍ଷ(୨୦୨୦)ରେ ଗୁଗଲରେ ଅଧିକ ଥର ଭାରତୀୟମାନେ କ’ଣ ସର୍ଚ୍ଚ କରିଛନ୍ତି……
ଆଇପିଏଲ୍
କରୋନାକାଳରେ ମଧ୍ୟ ଆଇପିଏଲ୍ ଗୁଗଲରେ ଅଧିକ ଥର ସର୍ଚ୍ଚ କରାଯାଇଛି। କ୍ରିକେଟ୍ ପ୍ରେମୀମାନେ ଚଳିତ ବର୍ଷ ଆଇପିଏଲ୍ ଉପଭୋଗ କରିଛନ୍ତି। ଅନ୍ୟପକ୍ଷରେ କରୋନା ଭାଇରସ୍ ଗୁଗଲ ସର୍ଚ୍ଚରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ତୃତୀୟରେ ଆମେରିକାର ନିର୍ବାଚନ ଫଳାଫଳ, ଚତୁର୍ଥରେ ପିଏମ କିସାନ ଯୋଜନା ଏବଂ ପଞ୍ଚମରେ ବିହାର ନିର୍ବାଚନ ଫଳାଫଳ ସ୍ଥାନ ପାଇଛି।

- Advertisement -

ଅଧିକ ଥର ଗୁଗଲରେ ସର୍ଚ୍ଚ ହୋଇଛି
– ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) 
– କରୋନା ଭାଇରସ୍ 
– ଆମେରିକାର ନିର୍ବାଚନ ଫଳାଫଳ
– ପ୍ରଧାନମନ୍ତ୍ରୀ କିଷାନ ଯୋଜନା
– ବିହାର ନିର୍ବାଚନ ଫଳାଫଳ 
– ଦିଲ୍ଲୀ ନିର୍ବାଚନ ଫଳାଫଳ
– ଦିଲ୍ ବେଚାରା 
– ଜୋ ବାଇଡେନ୍
– ଲିପ୍ ଡେ(Leap day)

– ଅର୍ଣ୍ଣବ ଗୋସ୍ୱାମୀ
୨୦୨୦ରେ ଚଳଚ୍ଚିତ୍ରର ଶୀର୍ଷ ଟ୍ରେଣ୍ଡିଂ ତାଲିକା 
ଫିଲ୍ମ ବର୍ଗରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଦିଲ ବେଚାରା ଏହି ତାଲିକାରେ ପ୍ରଥମରେ ରହିଛି।

ସଂପୂର୍ଣ୍ଣ ତାଲିକା 
– ଦିଲ୍ ବେଚାରା 
– ସୋରାରାଇ ପୋଟ୍ରୁ(Soorarai Pottru)
– ତାନାଜୀ 
– ଶକୁନ୍ତଳା ଦେବୀ 
– ଗୁଞ୍ଜନ ସକ୍ସେନା 
– ଲକ୍ଷ୍ମୀ
– ସଡ଼କ ୨
– ବାଗୀ-୩
– ଏକ୍ସଟ୍ରାକ୍ସନ(Extraction)

– ଗୁଲାବୋ ସିତାବୋ 

ବ୍ୟକ୍ତିତ୍ୱ(personality)
– ଜୋ ବାଇଡେନ୍ 
– ଅର୍ଣ୍ଣବ ଗୋସ୍ୱାମୀ
– କନିକା କପୁର
– କିମ୍ ଜଙ୍ଗ-ଉନ୍ 
– ଅମିତାଭ ବଚ୍ଚନ
– ରସିଦ ଖାନ
– ରିୟା ଚକ୍ରବର୍ତ୍ତୀ
– କମଲା ହାରିସ୍ 
– ଅଙ୍କିତା ଲୋଖଣ୍ଡେ 
– କଙ୍ଗନା ରଣାୱତ

କିପରି କରିବେ ?
ଲୋକମାନେ କିପରି କରିବେରେ ପନିର୍ କିପରି ତିଆରି କରିବେ ତାହା ଅଧିକ ସର୍ଚ୍ଚ କରିଛନ୍ତି। 
– ପନିର କିପରି ତିଆରି କରିବେ 
– ରୋଗ ପ୍ରତିରୋଧକ ଶକ୍ତି କିପରି ବଢିବ
– ଡାଲଗୋନା କଫି କିପରି ପ୍ରସ୍ତୁତ କରିବେ
– ପ୍ୟାନ୍ କାର୍ଡକୁ ଆଧାର କାର୍ଡ ସହିତ କିପରି ଲିଙ୍କ୍ କରିବେ
– ଘରେ କିପରି ସାନିଟାଇଜର ତିଆରି କରିବେ
– ଫାଷ୍ଟାଗ୍ କିପରି ରିଚାର୍ଜ କରିବେ

– କରୋନା ଭାଇରସକୁ କିପରି ରୋକାଯାଇପାରିବ 

– ଇ-ପାସ୍ କିପରି ପ୍ରୟୋଗ କରିବେ
– ଜିଲାପି କିପରି ତିଆରି କରିବେ
– ଘରେ କେକ୍ କିପରି ତିଆରି କରିବେ

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories