www.samajalive.in
Monday, December 8, 2025
16.1 C
Bhubaneswar

କରୋନା ସମୟରେ ଶିକ୍ଷକଙ୍କ ଉଦ୍ୟମ ; ସ୍କୁଲ ଅଗଣା ଏବେ ମନୋରମ ଉଦ୍ୟାନ

ଡୁଙ୍ଗୁରିପାଲି : କରୋନାର ମହାମାରୀ ସମୟରେ ସାରା ବିଶ୍ୱର ଜୀବନ ଜୀବିକା ସହିତ ବଞ୍ଚିବାର ଶୈଳୀ ମଧ୍ୟ ବଦଳି ଯାଇଛି। କରୋନା ପ୍ରହାରରେ ଲୋକେ ମାସ ମାସ ଧରି ଗୃହବନ୍ଦୀ ହୋଇ ରହିଗଲେ। ସ୍କୁଲ କଲେଜ ସବୁ ବନ୍ଦ ରହିଲା। ଅନ୍‌ଲାଇନ ଶିକ୍ଷାଦାନ ସତ୍ତ୍ବେ ଶିକ୍ଷକ-ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତ୍ବ ସୃଷ୍ଟି ହେଲା। ବିଦ୍ୟାଳୟଗୁଡିକ ଅସ୍ଥାୟୀ କୋଭିଡ୍‍ କେନ୍ଦ୍ରରେ ପରିଣତ ହେଲା। ଏହି ସମୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ଘରେ ରହିଲେ। ତେବେ ଏଭଳି ଏକ ସମୟରେ ଜନୈକ ଯୁବ ଶିକ୍ଷକ ଘର ନ ବସି ବିଦ୍ୟାଳୟ ପାଇଁ ସମୟ ଦେଲେ। ତାଙ୍କ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ କେନ୍ଦ୍ର ଚାଲିଥିଲେ ମଧ୍ୟ ତାହାକୁ ଖାତିର ନକରି ପ୍ରତିଦିନ ବିଦ୍ୟାଳୟ ଆସି ଏଠାରେ ରହିଥିବା ବଗିଚାକୁ ଏକ ନୂଆରୂପ ଦେଲେ। ଏଠାରେ ଏକ କୃତ୍ରିମ ଝରଣା ମଧ୍ୟ ସେ ନିଜ ହାତରେ ତିଆରି କରିଛନ୍ତି। ପାର୍କ ପ୍ରାୟ ଏହି ବଗିଚା ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ଯେ ଏକ ନୂଆ ଅନୁଭୂତି ଦେବ ସେଥିରେ ସନ୍ଦେହ ନାହିଁ।

- Advertisement -

ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକର ସାଲେପାଲି ସ୍ଥିତ ସମଲେଇଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ଏଭଳି ଭାବେ ସଜେଇ ହୋଇଛି କରୋନା ସମୟରେ। ଏଠାରେ ଶିକ୍ଷାଦାନ ପାଇଁ ନିୟୋଜିତ ଥିବା ସାତ ଶିକ୍ଷକଙ୍କ ମଧ୍ୟରୁ ଯୁବ ଶିକ୍ଷକ ସୁରେଶ ପୂଜାହାରୀଙ୍କ ଅବଦାନ ଏ​‌ଦିଗରେ ଉଲ୍ଲେଖନୀୟ। କରୋନା ସମୟରେ ସେ ବିଦ୍ୟାଳୟକୁ ଆସି ଏକ ସୁନ୍ଦର ବଗିଚା ନିର୍ମାଣ କରିଚାଲିଛନ୍ତି। ବର୍ତ୍ତମାନ ବଗିଚାରେ ରହିଛି ଦେଶୀ ବିଦେଶୀ କେତେ ରକମର ଫୁଲଗଛ। ପଦ୍ମ, କଇଁ ଫୁଲ ସହିତ ଋତୁକାଳୀନ ଫୁଲଗଛ ମଧ୍ୟରେ ଦୁର୍ଲଭ ବ୍ରହ୍ମ କମଳ, ବିଭିନ୍ନ ପ୍ରକାର ଗେଣ୍ଡୁ, କାକ୍‍ଟସ, ମରୁ ଜାତୀୟ ଉଦ୍ଭିଦ, ଜଳଜ ଉଦ୍ଭିଦ, ବିଭିନ୍ନ ପ୍ରଜାତିର ଏଲ୍‍ଗୋନାମା, ଏଡିନିୟମ, ସ୍ପାଇଡର ଗ୍ରାସ, ବନ୍‍ସାରୀ, ହରବାଲ ଗାର୍ଡେନ, ବିଭିନ୍ନ ପ୍ରକାରର ଗୋଲାପ ଗଛ ଆଦି ରହିଛି। ଏହା ସମେତ ଏକ କୃତ୍ରିମ ଝରଣା ମଧ୍ୟ ବଗିଚା ମଧ୍ୟରେ ତିଆରି କରିଛନ୍ତି। ବଗିଚାରେ ଥିବା ବିଭିନ୍ନ ପ୍ରଜାତିର ଗଛଗୁଡିକ ବିଜ୍ଞାନ ସମ୍ବନ୍ଧିତ ହୋଇଥିବା ଏବଂ ଛାତ୍ରଛାତ୍ରୀ ଏହି ପ୍ରଜାତିର ବୃକ୍ଷକୁ ପ୍ରତ୍ୟକ୍ଷ ଭାବରେ ଦେଖିବା ଦ୍ୱାରା ତାଙ୍କର ଜ୍ଞାନର ପରିସୀମାକୁ ବୃଦ୍ଧି କରିପାରିବେ। ଏହି ଉଦ୍ୟାନ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଜ୍ଞାନର ଆହରଣ ପାଇଁ ସହାୟକ ହେବ ବୋଲି ଶ୍ରୀ ପୂଜାହାରୀ ପ୍ରକାଶ କରିଛନ୍ତି।

ବିଜ୍ଞାନ ଏବଂ ଭୌଗୋଳିକ ପାଠ୍ୟ ପୁସ୍ତକ ମଧ୍ୟରେ ଥିବା ବହୁ ବୃକ୍ଷ ଏବଂ ଗୁଳ୍ମକୁ ଯଥାସାଧ୍ୟ ସଂଗ୍ରହ କରାଯାଇ ଏଠାରେ ଲଗାଯାଇଥିବା ସେ କହିଛନ୍ତି। ଅବଶ୍ୟ ଏଥିପାଇଁ ତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ମଧ୍ୟ ପଡ଼ିଛି। ଯେଉଁଆଡେ ଗଲେ ଦୁର୍ଲଭ ଗୁଳ୍ମ, ବୃକ୍ଷ ଲତା ଦେଖିଲେ ତାକୁ ଆଣି ବଗିଚାରେ ଲଗାଇଛନ୍ତି। ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ କେତେକ ଶ୍ରମିକକୁ ନେଇ କାମ କରିଚାଲିଛନ୍ତି। ବଗିଚାର ସୁନ୍ଦରତା ଦେଖିଲେ ଯେ କେହି ପ୍ରଶଂସା ନକରି ରହିପାରିବ ନାହିଁ। ଏହାରି ପଛରେ ସମଲେଇଚୁଆ ସରପଞ୍ଚ ପ୍ରତିନିଧି ବିଭୂଦତ୍ତ ରାଜହଂସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ପଧାନ, ଗୋଷ୍ଠୀ ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ, ସହକାରୀ ଶିକ୍ଷକ ଶିଶିର ପଧାନଙ୍କ ସହଯୋଗ ଏବଂ ପ୍ରେରଣା ରହିଥିବା ଶିକ୍ଷକ ଶ୍ରୀ ପୂଜାହାରୀ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories