www.samajalive.in
Saturday, December 13, 2025
18.1 C
Bhubaneswar

ପିଲାଙ୍କ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ପାଇଁ ଡିସେମ୍ବର ୧୬ରୁ ‘ବନ୍ଧୁ’ ଆୟୋଜନ କରୁଛି ଅନଲାଇନରେ ପ୍ରତିଯୋଗିତା

ଭୁବନେଶ୍ବର : ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ‘ବନ୍ଧୁ’ ପକ୍ଷରୁ ଏହାର ବାର୍ଷିକ କାର୍ୟ୍ୟକ୍ରମ ‘ଛୋଟିଆ ଆଖିରେ ବଡ଼ ସପନ–ଅଙ୍କୁରାୟନ ୨୦୨୦’ ଆସନ୍ତା ଡିସେମ୍ବର ୧୬-୧୮ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଯେ କୌଣସି ସ୍ଥାନରେ ରହୁଥିବା ଓଡିଆ ପିଲାମାନେ ଅନଲାଇନରେ ପଞ୍ଜୀକରଣ କରି ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଗତ ୧୪ ବର୍ଷ ଧରି କ୍ରମାଗତ ଭାବେ ଅନୁଷ୍ଠିତ ହେଉଥିବା ‘ବନ୍ଧୁ’ର ଏହି ବାର୍ଷିକ କାର୍ଯ୍ୟକ୍ରମ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଅନଲାଇନ ମାଧ୍ୟମରେ କରାହେଉଛି। ଏହା ‘ଅଙ୍କୁରାୟନ’ର ୧୫ତମ ସଂସ୍କରଣ। ଛୋଟ ପିଲାଙ୍କ ବୌଦ୍ଧିକ ଶକ୍ତିର ବିକାଶ ଲକ୍ଷରେ ଆୟୋଜିତ ହେବାକୁ ଯାଉଥିବା କାର୍ୟ୍ୟକ୍ରମର ବିଭିନ୍ନ ବିଭାଗରେ, ଓଡ଼ିଶା କିମ୍ବା ଓଡିଶା ବାହାରେ ରହୁଥିବା ଯେକୌଣସି ଓଡ଼ିଆ ପିଲା ଭାଗ ନେଇ ପାରିବେ।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପ୍ରତିଯୋଗୀମାନେ www.bandhuodisha.in/ankurayan ରେ ପଞ୍ଜୀକରଣ କରି ପାରିବେ। ଚଳିତବର୍ଷ ଅଙ୍କୁରାୟନ କାର୍ୟ୍ୟକ୍ରମରେ ୮ଟି ବିଭାଗ ଯଥା: ସୃଜନିକା, ଇନ୍ଦ୍ରଧନୁ, ସର୍ଜନା, ଚିତ୍ରଉତ୍ତୋଳନ, ମୁରୂଜ, ଝୋଟିଚିତା, ଆବୃତ୍ତି ଓ ବକୃତା ଆଦିରେ ବିଭକ୍ତ କରାଯାଇଛି। ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ମାନଙ୍କୁ ଦୁଇ ଭାଗରେ ଯଥା:ବରିଷ୍ଠ (ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ) ଓ କନିଷ୍ଠ (ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ)ବିଭକ୍ତ କରାଯାଇଛି। ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ବିବରଣୀ www.bandhuodisha.in/ankurayan ଲିଙ୍କରେ ପାଇ ପାରିବେ ଏବଂ ସୂଚନା ଓ ଅନୁସନ୍ଧାନ ପାଇଁ ୯୪୩୯୨୭୩୨୯୯ / ୬୩୭୦୧୪୪୨୯୯ ନମ୍ବରରେ ଯୋଗାଯୋଗ କରିପାରିବେ ।
ଏ ସମ୍ପର୍କରେ ସୂଚନା ଦେଇ ‘ଅଙ୍କୁରାୟନ ୨୦୨୦’ର ଆବାହକ ସୌମ୍ୟରଞ୍ଜନ ମହାନ୍ତି କହିଛନ୍ତି ଯେ ‘ଛୋଟ ଛୋଟ ପିଲାଙ୍କ ଉଚିତ ଶିକ୍ଷା ସହ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ଉପରେ ହିଁ ନିର୍ଭର କରେ, ରାଜ୍ୟ ଓ ରାଷ୍ଟ୍ରର ବିକାଶ। ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଜ ଗାଁ ଓ ମାଟି ପାଇଁ ମମତା ଜାଗ୍ରତ କରିବା ଦିଗରେ ‘ବନ୍ଧୁ’ ସର୍ବଦା ପ୍ରୟାସରତ।’
ଏ ସମ୍ପର୍କରେ ସୂଚନା ଦେଇ ‘ଅଙ୍କୁରାୟନ-୨୦୨୦’ର ଆବାହକ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଯେ ରାଜ୍ୟ ଏବଂ ରାଷ୍ଟ୍ରର ବିକାଶ ଛୋଟ ପିଲାଙ୍କ ସଠିକ ଶିକ୍ଷା ସହ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ଉପରେ ନିର୍ଭର କରେ। ବନ୍ଧୁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନିଜ ଗାଁ ଓ ମାଟି ପାଇଁ ମମତା ଜାଗ୍ରତ କରିବା ଦିଗରେ ସର୍ବଦା ପ୍ରୟାସରତ। ବନ୍ଧୁ ଏହାର ବାର୍ଷିକୋତ୍ସବ ‘ଆଙ୍କୁରାୟନ’କୁକରୋନାକୁ ଦୃଷ୍ଟିରେ ରଖି ଅନଲାଇନମାଧମରେ ପରିଚାଳନା କରିବ। ଏଥିରେ ରାଜ୍ୟ କିମ୍ବା ବାହାରେ ରହୁଥିବା ଯେକୌଣସି ଓଡିଆ ପିଲା ଭାଗନେଇ ନିଜର ପ୍ରତିଭା ଦେଖାଇ ପାରିବେ।’

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories