www.samajalive.in
Wednesday, December 10, 2025
16.1 C
Bhubaneswar

ଖସୁଛି ପାରଦ : ଦକ୍ଷିଣ, ପଶ୍ଚିମରେ ଜାଡ଼ 

ଭୁବନେଶ୍ବର : ଧୀରେ ଧୀରେ ଶୀତପ୍ରକୋପ ବଢ଼ିବାରେ ଲାଗିଛି। ଉପକୂଳ ଓଡ଼ିଶାରେ ପାରଦ ବି​‌ଶେଷ ଖସୁ ନଥିବାବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଜାଡ଼ ଅନୁଭୂତ ହେଉଛି। ଏବେ ସୋନପୁର ରାଜ୍ୟର ସବୁଠୁ ଶୀତଳ ସହର। ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭.୬ଡ଼ିଗ୍ରୀକୁ ଖସିବା ସହିତ ତାପମାତ୍ରା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳଠାରୁ କମ ରହିଛି।

ଅନୁରୂପ ଭାବେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ବି ସପ୍ତାହେ ଧରି ଅସମ୍ଭାଳ ଜାଡ଼ ଅନୁଭୂତ ହେଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୩ଡ଼ିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୯ଡ଼ିଗ୍ରୀକୁ ସେଲସିୟସକୁ ଖସିଛି। ଶିଳ୍ପ ସହର ଅନୁଗୋଳ ସମେତ ଭବାନିପାଟଣାରେ ୧୦ରୁ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ତାଳଚେର, କୋରାପୁଟରେ ୧୨ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା  ୧୫ଡ଼ିଗ୍ରୀ ସେଲସିୟସ ତଳେ ରହିଛି। ଆଗାମୀ ୫ଦିନ ଧରି ରାଜ୍ୟରେ ଶୀତପ୍ରକୋପ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

- Advertisement -

ଆସନ୍ତା ୨୪ଘଣ୍ଟା ମଧ୍ୟରେ ‌ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୋଳ ଓ ଢ଼େଙ୍କାନାଳରେ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପରବର୍ତ୍ତୀ ୨୪ଘଣ୍ଟା ପାଇଁ କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଝାରସୁଗୁଡ଼ା, ସେନପୁର, ବୌଦ୍ଧ, ପୁରୀ, ନୟାଗଡ଼, କନ୍ଧମାଳ ଓ ଖୋର୍ଦ୍ଧା ଆଦି ଜିଲାରେ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories