www.samajalive.in
Sunday, December 14, 2025
18.1 C
Bhubaneswar

ଇଣ୍ଟରସିଟି ଧକ୍କାରେ ହାତୀ ମୃତ : ଡିଏଫଓ ଓ ଡିଆରଏମଙ୍କ ତଦନ୍ତ ନିର୍ଦେଶ

ଧମା/ମାନେଶ୍ବର: ସମ୍ବଲପୁର ଜିଲା ସଦର ବନରେଞ୍ଜ ଅନ୍ତର୍ଗତ ଗରଗଡ଼ବାହାଲ ରେଳ ଓଭରବ୍ରିଜ ନିକଟରେ ଶନିବାର ସନ୍ଧ୍ୟା ୬ଟା ୧୦ ମିନିଟ ସମୟରେ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ମୃତ ଦନ୍ତା ହାତୀର ଶବ ବ୍ୟବଚ୍ଛେଦ ପରେ ତାକୁ ରବିବାର ଘଟଣାସ୍ଥଳରେ ପୋତି ଦିଆଯାଇଛି। ଏନେଇ ଡିଏଫଓ ଡ. ସଂଜିତ କୁମାର, ଏସିଏଫ ମଦନଲାଲ ଶର୍ମାଙ୍କୁ ହାତୀ ଟ୍ରାକିଂ କରିବାରେ କ୍ଷେତ୍ର ଅଧିକାରୀଙ୍କ ତ୍ରୁଟି ତଥା ରେଳବାଇର ସତର୍କତାକୁ ଅଣଦେଖା କରିବା ନେଇ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଡିଆରଏମ ପ୍ରଦୀପ କୁମାର ମଧ୍ୟ ଘଟଣାସ୍ଥଳ ପରଦର୍ଶନ କରି ତିନି ଜଣ ବରିଷ୍ଠ ରେଳ ଅଧିକାରୀଙ୍କୁ ଏଥିରେ ରେଳବାଇର ବିଭିନ୍ନ ଦିଗରୁ ସମ୍ପୃକ୍ତି ନେଇ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ପ୍ରକାଶ। ଦୁର୍ଘଟଣା ସମୟରେ ଟ୍ରେନ ଦ୍ରୁତ ଗତିରେ ରହିଥିବାବେଳେ ଟ୍ରେନ ଇଞ୍ଜିନ ଧକ୍କାରେ ହାତୀର ପଛଗୋଡ଼ ଓ ଅଣ୍ଟା ଭାଙ୍ଗିବା ସହ ୪୦ ଡିଗ୍ରୀ ସ୍ଲୋପ୍‌ରେ ୧୫୦ ଫୁଟ ଟାଣି ହୋଇଯିବାରୁ ହାତୀର ଆଗଗୋଡ ବହୁସ୍ଥାନରେ ଭାଙ୍ଗିବା ସହ ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଆଘାତପ୍ରାପ୍ତ ହେବାରୁ କ୍ଷତିଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟବଚ୍ଛେଦରୁ ଜଣାପଡ଼ିଛି।

- Advertisement -

ରବିବାର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଚିତ୍ତରଞ୍ଜନ ମିଶ୍ର, ଡିଏଫଓ ଡ. କୁମାର, ଏସିଏଫ ଶ୍ରୀ ଶର୍ମାଙ୍କ ଉପସ୍ଥିତିରେ ଯୁଯୋମୁରା ପ୍ରାଣୀଧନ ଚିକିତ୍ସକ ଡା. ବିଶ୍ୱଜିତ ପଣ୍ଡା ଓ ତାଙ୍କ ସହଯୋଗୀ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ।  ବନବିଭାଗ କହିବାନୁଯାୟୀ, ଏହି ସ୍ଥାନରେ ହାତୀମାନେ ରେଳଲାଇନ ପାରି ହୋଇନଥାନ୍ତି। ସାଧାରଣତଃ ଘଟଣାସ୍ଥଳରୁ ୩ କିଲୋମିଟର ଦୂରରେ ପାରିହୋଇଥାନ୍ତି। ଏହି ହାତୀଟି ରେଳ ଲାଇନ ଉପରକୁ ଚଢ଼ିଯିବା ପରେ ତାରବାଡ଼ ଥିବାରୁ ଅନ୍ୟପଟକୁ ଯାଇ ନପାରି ରେଳଧାରଣାରେ ୫୦ରୁ ୬୦ ମିଟର ଯାଇଥିଲା। ରେଳଧାରଣାରେ ଉକ୍ତ ସ୍ଥାନରେ ମୋଡାଣୀ ଥିବାରୁ ଦ୍ରୁତଗତିରେ ଆସୁଥିବା ଟ୍ରେନ୍‌ର ଚାଳକ ଦେଖି ନପାରିବାରୁ ଅଘଟଣ ଘଟିଥିବା ଡିଏଫଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସଦର ବନରେଞ୍ଜରେ ଦନ୍ତା ହାତୀ ସହ ୫୫ଟି ହାତୀ ରହିଥିବା କୁହାଯାଉଥିବାବେଳେ ଗତ ମାସ ୩୦ ତାରିଖ ଯାଦୁଲୁଇସିଂ ଗ୍ରାମ୍ୟ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories