www.samajalive.in
Saturday, December 13, 2025
26.1 C
Bhubaneswar

ଅନୁମତି ଅପେକ୍ଷାରେ ଆମେରିକୀୟ କମ୍ପାନୀ ଫାଇଜର, ଭାରତରେ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନ

ବ୍ରିଟେନ ଏବଂ ବାହାରିନରେ ବ୍ୟବହାର ପାଇଁ ଅନୁମୋଦନ ପାଇବା ପରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଭାରତରେ ଏହାର କୋଭିଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ)ର ଅନୁମତି ମାଗିଛି। ସୂଚନା ଅନୁଯାୟୀ, ଫାଇଜର ଅନୁମୋଦନ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକଙ୍କ ଠାରେ ଏକ ଆବେଦନ ଦାଖଲ କରିଛି। ତେବେ ଡ଼ିସିଜିଆଇ ଏ ବାବଦରେ କୌଣସି ସରକାରୀ ସୂଚନା ଦେଇନାହିଁ କିମ୍ବା ଫାଇଜର ଏହି ସୂଚନା ନିଶ୍ଚିତ କରିନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ମଧ୍ୟ କୌଣସି ନିଶ୍ଚିତ ସୂଚନା ଦେଇନାହିଁ। ଯଦି ଏହାକୁ ଅନୁମତି ମିଳେ ତେବେ ଭାରତ ବିଶ୍ୱର ତୃତୀୟ ଦେଶ ହେବ।

- Advertisement -

ଏପର୍ଯ୍ୟନ୍ତ ଭାରତରେ କରୋନାରେ ୯୬ ଲକ୍ଷ ୪୪ ହଜାର ୨୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୪ ପ୍ରତିଶତରୁ ଅଧିକ ଅର୍ଥାତ୍ ୯୧ ଲକ୍ଷ ୭୯୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧ ଲକ୍ଷ ୪୦ ହଜାର ୧୮୨ ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ଆଜି ୪୧ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ କରୋନା ଜନିତ ଆରୋଗ୍ୟ ହାର ୯୪ ଦଶମିକ ୩/୭ ପ୍ରତିଶତକୁ ବୃଦ୍ଧି ପାଇଛି। ଇତିମଧ୍ୟରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ୯୧ ଲକ୍ଷ ୭୯୨ରେ ପହଞ୍ଚିଛି। ସେହି ସମୟ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୪୪ ହଜାର ୨୨୨ରେ ପହଞ୍ଚିଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୪୮୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨କୁ ବୃଦ୍ଧି ପାଇଛି। ତେବେ ସାରା ବିଶ୍ୱ ତୁଳନାରେ ଭାରତରେ କକେରାନାଜନିତ ମୃତ୍ୟୁ ହାର ସର୍ବନିମ୍ନ ୧ ଦଶମିକ ୪/୫ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସକ୍ରିୟ ସଚିକିତ୍ସାଧୀନଙ୍କ ସଂଖ୍ୟାରେ ୬ ହଜାର ୪୪୧
ହ୍ରାସ ପାଇଁ ଏହି ସଂଖ୍ୟା ୪ ଲକ୍ଷ ୩ ହଜାର ୨୪୮ରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୧ ହଜାର ୬୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ସୁଦ୍ଧା ୧୪ କୋଟି ୬୯ ଲକ୍ଷ ୮୬ ହଜାର ୫୭୫ଟି ନମୁନା ପରୀକ୍ଷା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories