www.samajalive.in
Friday, December 12, 2025
15.1 C
Bhubaneswar

କେବଳ ଚାଳକ ନୁହେଁ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ଯଦି ହେଲ୍‌ମେଟ୍‌ ନପିନ୍ଧିଲେ ବାତିଲ ହେବ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର : ଏଣିକି କେବଳ ବାଇକ୍‌ ଚାଳକ ନୁହେଁ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ।ଯଦି ବାଇକ୍‌ରେ ଯାଉଥିବା ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ବି ହେଲ୍‌ମେଟ୍‌ ନପିନ୍ଧିଥାନ୍ତି ତେବେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରି ଦିଆଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ଆଜି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।


ଦୁଇ ଚକିଆ ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ହେଲମେଟ ବ୍ୟବହାର ବାଧ୍ୟତାମୂଳକ । ନହେଲେ ଲାଇସେନ୍ସ ବାତିଲ କରାଯିବା ନେଇ ରାଜ୍ୟ ପରିବହନ ବିଭାଗ ସୂଚନା ଦେଇଛି । ନିଜ ସୁରକ୍ଷା ପାଇଁ ହେଲମେଟ ବ୍ୟବହାର କରିବାକୁ ଅନୁରୋଧ କରିଛି ରାଜ୍ୟ ପରିବହନ ବିଭାଗ । ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ(ଏସଟିଏ) ପକ୍ଷରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ ଥିଲା ।ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୧ରୁ ରାଜ୍ୟରେ ବାଇକ୍ ପଛରେ ବସୁଥିବା ଆରୋହୀ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ତିନି ମାସ ପାଇଁ ଏଥିରେ ଦିଆଯାଇଥିବା କୋହଳ ଅବଧି ଶେଷ ହେବା ପରେ ୨୦୨୦ ମାର୍ଚ୍ଚରୁ ଏହି ନିୟମ ଲାଗୁ କରାଯିବାର ଥିଲା । ହେଲେ କୋଭିଡ୍-୧୯ ମହାମାରୀ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇ ପାରିନଥିଲା । ବର୍ତ୍ତମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ମୋଟର ଯାନ ଆଇନକୁ କଡା କଡି ଭାବେ ପାଳନ କରାଯିବା ପାଇଁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।ପୂର୍ବରୁ କେବଳ ବାଇକ୍‌ ଚାଳକ ହେଲମେଟ୍‌ ନ ପିନ୍ଧିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ କରାଯିବାର ନିର୍ଦ୍ଦେଶ ରହିଥିଲା । ମାତ୍ର ବର୍ତ୍ତମାନ ଚାଳକ ସମେତ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପରିଧାନ କରିବେ । ନଚେତ୍ ଚାଳକଙ୍କ ଲାଇସେନ୍ସ ବାତିଲ ହେବ ।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories