www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ନୌସେନା ଦିବସ, ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ନୌସେନା ଦିବସ। ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ବୀର ଯବାନମାନଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଇଆସୁଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ଯବାନମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ସଲାମ ଜଣାଇଛନ୍ତି।

Image Courtesy: Tweeter

ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଯବାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଜଳର ଦେବତା ଆମ ପାଇଁ ଶୁଭ ହୁଅନ୍ତୁ। ନୌସେନା ଦିବସ ଅବସରରେ ଭାରତର ସାମୁଦ୍ରିକ ସୀମାରେ ସଜାଗ ଥିବା ପ୍ରହରୀମାନଙ୍କ ବୀରତାକୁ ପ୍ରଣାମ। ସେମାନଙ୍କ ପରିବାରର ଧୈର୍ଯ୍ୟକୁ ପ୍ରଣାମ ! ରାଷ୍ଟ୍ରର ସୁରକ୍ଷା ଏବଂ ସେବାରେ ଆପଣମାନଙ୍କ ଅଦମ୍ୟ ସାହସ ଓ ସମର୍ପଣ ଉପରେ ଦେଶ ସର୍ବଦା ବିଶ୍ଵାସ କରୁଛି, ଆପଣମାନଙ୍କୁ ନେଇ ଗର୍ବ କରୁଛି। ଜୟ ହିନ୍ଦ !’

- Advertisement -
Image Courtesy: Tweeter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି କହିଛନ୍ତି, ‘ଆମର ସବୁ ବାହାଦୁର ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କୁ ନୌସେନା ଦିବସର ଶୁଭକାମନା। ଭାରତୀୟ ନୌସେନା ନିଭୟ ହୋଇ ଆମର ତଟର ରକ୍ଷା କରୁଛି ଏବଂ ଆବଶ୍ୟକ ସମୟରେ ମାନବିକ ସହାୟତା ବି ପ୍ରଦାନ କରୁଛି। ଆମକୁ ଶତାବ୍ଦୀ ଧରି ଭାରତ ସମୃଦ୍ଧ ସାମୁଦ୍ରିକ ପରମ୍ପରା ବି ସ୍ମରଣ ରହିଛି।’

ଗୃହମନ୍ତ୍ରୀ ଅମିତ ଶାହ ବୀର ସୈନିକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ‘ନୌସେନା ଦିବସରେ ମୁଁ ଭାରତୀୟ ନୌସେନାର ସମସ୍ତ ସାହସୀ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି। ଭାରତର ସାମୁଦ୍ରିକ ସୀମାକୁ ରକ୍ଷା କରିବାରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଷ୍ଟ୍ରର ସେବା କରିବାର ଅତୁଟ ପ୍ରତିବଦ୍ଧତା ପାଇଁ ଆମର ଦୁର୍ଜେୟ ନୀଳ ଜଳରାଶିର ସେନା ଉପରେ ଗର୍ବ କରୁଛି।’

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘ଭାରତୀୟ ନୌସେନା ଦିବସ ୨୦୨୦ ଅବସରରେ ଏହି ଉତ୍କୃଷ୍ଟ ବଳର ସମସ୍ତ କର୍ମଚାରୀଙ୍କୁ ମୋର ଶୁଭେଚ୍ଛା। ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରି ଆମ ସମୁଦ୍ରକୁ ସୁରକ୍ଷିତ ରଖିବାରେ ଭାରତୀୟ ନୌସେନା ସର୍ବାଗ୍ରେ ରହିଛି। ମୁଁ ସେମାନଙ୍କ ବୀରତା, ସାହସକୁ ସଲାମ କରୁଛି।’

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories