www.samajalive.in
Thursday, December 11, 2025
16.1 C
Bhubaneswar

ସର୍ଭେ ହେବାର ୩ ମାସ ବିତିଲା: ନିର୍ମାଣ ହେଲାନି ରାସ୍ତା, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ରେବିଙ୍ଗିଆ ଠାରୁ ଗଡ଼େଲପଦର , ଗଡ଼ା ପିଞ୍ଜାରି, ମଟକଡ଼ି ଭଳି ବିଭିନ୍ନ ଗ୍ରାମ ସହିତ ବାଲିଗୁଡ଼ାକୁ ଯୋଗାଯୋଗ କରିବା ପାଇଁ ରାସ୍ତା ନିର୍ମାଣ କରାଯିବା ଆବଶ୍ୟକ। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ସବୁ ଗ୍ରାମ ସହିତ ବାଲିଗୁଡ଼ାକୁ ଗମନା ଗମନା ସୁବିଧା ନଥିବା ଯୋଗୁଁ ଉପରୋକ୍ତ ଗ୍ରାମରେ ବସାବାସ କରୁଥିବା ଅଧିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ମାଟି ରାସ୍ତା ଅଛି ତାହା ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତା ଉପରେ ୩ଗୋଟି ପଂଚାୟତ ବାସୀ ନିର୍ଭର କରିଥାନ୍ତି। ଗତ ଦିନରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ସର୍ଭେ କରାଯାଇଥିଲା କିନ୍ତୁ ପରବର୍ତ୍ତି ସମୟରେ ଆଉ କିଛି ହୋଇନାହିଁ। ସର୍ଭେ ହେବାର ତିନିବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହେବା ନାମ କେହି ଧରୁନାହାନ୍ତି। ରାସ୍ତା ନଥିବା ଯୋଗୁଁ ଏହି ସବୁ ଅଞ୍ଚଳ ଗୁଡ଼ିକରେ ବିକାଶ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ ବୋଲି ଅଭିଯୋଗ କରି ରେବିଙ୍ଗିଆ, ପଡ଼ିଗାଁ, ଗଡ଼ାପିଞ୍ଜା, ଗୁଡ଼େଲପଦର, ଚିଖିରିଗାଁ ଆଦି ଗ୍ରାମର ଅଧିବାସୀମାନେ ଲିଖିତ ଭାବେ ଆଜି କନ୍ଧମାଳ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ସେମାନେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିର ବିଧାୟକ, ବାଲିଗୁଡ଼ା ଉପଜିଲାପାଳ, ବାଲିଗୁଡ଼ା ବି.ଡ଼ି.ଓଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରି ଅବଗତ କରିଛନ୍ତି। ରେବିଙ୍ଗିଆ ସରପଞ୍ଚ ରଞ୍ଜିତ ମଲିକଙ୍କ ନେତୃତ୍ୱରେ ଗ୍ରାମର ୱାର୍ଡ଼ ମେମ୍ବର ନଙ୍ଗରା ମଲିକ, ଉମାଚରଣ ଦିଗାଲ, ସଲାଗୁଡ଼ା ସରପଞ୍ଚ ନବୀନ ମଲିକ, କୁଇ ସମାଜ ସଭାପତି ସାମସିଂ ମଲିକ, ଅବକାଶ ମଲିକ, ଜୟମା ମଲିକ, ପ୍ରଫୁଲ ମଲିକ, ସୁବାଷ ମଲିକ, ମନନ୍ତି ମଲିକ, ଉମେଶ ମଲିକ ଓ ଅନ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories