www.samajalive.in
Tuesday, December 9, 2025
15.1 C
Bhubaneswar

ଗଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ

ଦେବଗଡ଼ : ଓଡିଶାର ଅନୁସୂଚିତ ଜନଜାତି ମାନଙ୍କର ବିଭିନ୍ନ ସାମ୍ବିଧାନିକ ଅଧିକାର ସମ୍ବଳିତ ୧୧ ଦଫା ଦାବିରେ ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଅଖିଳ ଭାରତୀୟ ଗଣ୍ଡୱାନା ଗୋଣ୍ଡ ମହାସଭା, ମହାସଭା ଆୟୋଜନ କମିଟିର ସଭାପତି ଦିବାକର ପାତ୍ର, ମହାସଚିବ ପ୍ରଶନ୍ନ ନାୟକ ଓ ରାଜ୍ୟ ସଚିବ ଉଦୀତ ନାୟକଙ୍କ ନେତୃତ୍ୱରେ ବହୁ ସଦସ୍ୟ ସ୍ଥାନୀୟ ଆଷାର କେନ୍ଦ୍ର ସମ୍ମୁଖରୁ ବିଭିନ୍ନ ସ୍ଳୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ସେଠାରେ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ୧୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଉକ୍ତ ୧୩ ଦଫା ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ଅନୁସୂଚିତ ଜନଜାତି କମିଶନ ଶୀଘ୍ର ଗଠନ କରାଯିବା, ରାଜ୍ୟର ସମସ୍ତ ମାଡା ଗ୍ରାମ ଓ ମାଡା ଗ୍ରାମ ପଂଚାୟତକୁ ଟି.ଏସ୍.ପି.ରେ ଅନ୍ତଭୂକ୍ତ କରାଯାଇ ସମସ୍ତ ଟି.ଏସ୍.ପି.ଅଂଚଳରେ ପେସା ଲାଗୁ କରାଯିବା, ରାଜ୍ୟର ସମସ୍ତ କିଲାରେ ଆଦିବାସୀ ମାନଙ୍କ ପାରମ୍ପାରିକ ମୁକ୍ତ ଆକାଶ ମ୍ୟୁଜିୟମ ନିର୍ମାଣ କରାଯିବା, ୨୦୧୮ ମସିହାରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଝାରସୁଗୁଡାଠାରେ ଘୋଷଣା କରିଥିବା କୋଲାବିରା ଜମିଦାର କରୁଣାକର ନାଏକ, ଖଗ ନାଏକ ଓ କଘ୍ଲେଇ ନାଏକଙ୍କୁ ସହୀଦର ମାନ୍ୟତା ପ୍ରଦାନ କରିବା ସହ କରୁଣାକର ସିଂ ନାଏକ ସ୍ମୃତି ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଅନୁଦନ ପ୍ରଦାନ, ଗୋଣ୍ଡୱାନା ଇତିହାସକୁ ପାଠ୍ୟକ୍ରମରେ ସାମିଲ କରାଯିବା, ନକଲି ଆଦିବାସୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରାଜ୍ୟରେ ଶିକ୍ଷା ପ୍ରଣାଳୀ ସୃଦୃଢ କରିବା ପାଇଁ ପୁରୁଣା ପାରମ୍ପରିକ ପଦ୍ଧତି ଶିକ୍ଷାଦାନ ପରିବର୍ତ୍ତେ ସାର୍ବଜନୀନ ଆଧୁନିକ କମ୍ପ୍ୟୁଟରୀକରଣ ଶିକ୍ଷା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା, ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦ ସହିତ ଅନ୍ୟାନ୍ୟ ଉଚ୍ଚ ସ୍ତରୀୟ କମିଟି ଗୁଡିକର ବୈଠକ ସମୟ ସୀମା ମଧ୍ୟରେ ରଖାଯିବା, ରାଜ୍ୟର ୧୪ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଛେଦ ପାଇଁ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ, ଝାରସୁଗୁଡାର ଲଇକେରା ଓ କିର୍ମିରା ବ୍ଲକକୁ ଟି.ଏସ୍.ପି. ବ୍ଲକ ଭାବେ ଘୋଷଣା କରି ଆଇ.ଟି.ଡି.ଏ.ରେ ଅନ୍ତର୍ଭୁକ୍ତ କରାଯିବା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କର ଷ୍ଟାଇପେଣ୍ଡକୁ ହ୍ରାସ କରିବା ପାଇଁ  ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରାଯିବା ଓ ଆଟ୍ରୋସିଟୀ ଆକ୍ଟ ବିରୁଦ୍ଧରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ସଦ୍ୟତମ ଆଦେଶକୁ ରଦ୍ଧ କରିବା ପାଇଁ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଅପିଲ କରିବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories