www.samajalive.in
Saturday, December 6, 2025
15.1 C
Bhubaneswar

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ବାଙ୍କୀ : ଗ୍ରାମାଞ୍ଚଳରେ ମାନସିକ ରୋଗୀଙ୍କୁ ଚିକିତ୍ସା କରିବା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ଚିକିତ୍ସା ସେବା ପ୍ରଦାନ ପରିପ୍ରେକ୍ଷୀରେ ଗୁରୁବାର ଦିନ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାଗଣା ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଓସ୍ତିଆ,ସୁବର୍ଣ୍ଣପୁର, କନ୍ତପହଁରା କଦଳୀବାଡି ପଞ୍ଚାୟତରୁ ଆଜି ୮ଜଣ ମାନସିକ ରୋଗୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। କଟକରୁ ଡାକ୍ତର ମନସ୍ୱିନୀ ବରାଳ ପରାମର୍ଶଦାତା ହରିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରୋଗ ସମ୍ପର୍କରେ ପଚରି ବୁଝିଥିଲେ। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉପସ୍ଥିତ ଡାକ୍ତରଙ୍କ ସହ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ ଏବଂ ସ୍ୱାସ୍ଥ୍ୟ ସୁପରଭାଇଜର ମାନଭଞ୍ଜନ ଦଳାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଗ୍ରାମରେ ସମ୍ପର୍କରେ ଅଧିକ ସଚେତନ କରିବା ପାଇଁ ସ୍ଥାନୀୟ ଆଶା ମାନଙ୍କୁ ଏଦିଗରେ ସହଯୋଗ ଗ୍ରାମରେ ସଚେତନ ବାର୍ତ୍ତା ପ୍ରଚାର ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି। ଏହିଭଳି ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ପ୍ରତିମାସ ୩ତାରିଖରେ ଭ୍ରାମ୍ୟମାଣ ଚିକିତ୍ସା ସେବା ରୋଗୀ ଚିହ୍ନଟ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଥିବା ସମ୍ପର୍କରେ ଆଶା ମାନଙ୍କୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପରାମର୍ଶ ଦେଇଥିବା କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories