www.samajalive.in
Thursday, December 11, 2025
16.1 C
Bhubaneswar

ଖଣି ନିୟମ ୧୯୫୨ ଧାରା ଉଲ୍ଲଙ୍ଘନ, କାର୍ଯ୍ୟରତ କର୍ମଚାରୀ ମିଳୁ ସୁରକ୍ଷା

ରେଙ୍ଗାଲି: ଖିଣ୍ତା ସରପଞ୍ଚ ନୀଳାବତୀ ଓରାମଙ୍କ ଅଭିଯୋଗ ଆଧାରରେ ଡାଇରେକ୍ଟର ଜେନେରାଲ୍‌ ଅଫ୍ ମାଇନ୍ସ ସେଫ୍ଟି(ଡିଜିଏମ୍‌ଏସ୍‌) ତଲାବିରା-୨ କୋଇଲା ପ୍ରକଳ୍ପ ଅଞ୍ଚଳ ପରିଦର୍ଶନରେ ଆସିଥିଲେ। ଡିଜିଏମ୍‌ଏସ୍‌ଙ୍କ ଖଣି ଅଞ୍ଚଳ ପରିଦର୍ଶନ ସମୟରେ ପ୍ରକଳ୍ପରେ ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧି ଓ କ୍ଷତିଗ୍ରସ୍ତ ପରିବାର ତଥା ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ। ସେମାନେ କମ୍ପାନୀ ଖଣି ନିୟମ ୧୯୫୨ର ସମସ୍ତ ଧାରାକୁ ଉଲଙ୍ଘନ କରି କିପରି ବିପଦ ସଂକୁଳ ପରିସ୍ଥିତିରେ କୋଇଲା ଉତ୍ତୋଳନ କରୁଛି ସେସବୁର ସରଜମିନ ତଥ୍ୟ ପ୍ରଦାନ କରିଥିଲେ।

 

- Advertisement -

୧୯୫୨ ଖଣି ନିୟମ ଅନୁସାରେ କୋଇଲାଖଣି ପ୍ରକଳ୍ପ ଅଞ୍ଚଳରେ କାମକରୁଥିବା କର୍ମଚାରୀମାନଙ୍କ ସାଧାରଣ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ଆଶୁ ଚିକିତ୍ସା, ପ୍ରାଥମିକ ଚିକିତ୍ସା ପାଇଁ କୌଣସି ପ୍ରକାର ସୁବିଧା ନ ଥାଇ ଖଣି କାର୍ଯ୍ୟ ପରିଚାଳିତ ହେଉଥିବା କଥା ନିର୍ଦଶକଙ୍କୁ ଅଭିଯୋଗ କରିଥିଲେ। ଖଣି ସୁରକ୍ଷା ନିର୍ଦ୍ଦେଶକ କମ୍ପାନୀ ଦ୍ବାରା ସୁରକ୍ଷା ବ୍ୟବସ୍ଥ ର ଅନୁଧ୍ୟାନ କରି ତଦନ୍ତର ଏକକିତା ନକଳ ସରପଞ୍ଚଙ୍କୁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହା ବ୍ୟତୀତ ପ୍ରକଳ୍ପରେ କ୍ଷତିଗ୍ରସ୍ଥ ଓ ପ୍ରଭାବିତ ପରିବାରର ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ ନ କରି ବାହାର ଅଞ୍ଚଳର ଲୋକଙ୍କୁ ଖଣି କାର୍ଯ୍ୟରେ ନିୟୋଯିତ କରାଯାଉଥିବାର ଅଭିଯୋଗ କରିଥିଲେ। ଖଣି ନିର୍ଦେଶକ ଜନସାଧାରଣଙ୍କ ଅସୁବିଧା ବୁଝିବା ସହିତ ପରିଦର୍ଶନ ସମୟରେ ଉପସ୍ଥିତ ଥିବା କମ୍ପାନୀ କର୍ତ୍ତୁପକ୍ଷ ଏନ୍‌ଏଲ୍‌ସି କମ୍ପାନୀର ମୁଖ୍ୟ ସୁରେଶ ସୁମନ ଓ ଅଦାନୀ କମ୍ପାନୀର ପ୍ରଲଳ୍ପର ଉପ-ସଭାପତି ପ୍ରସନ୍ନ ପଣ୍ତାଙ୍କୁ ସବିଶେଷ ବିବରଣୀ ମାଗିଥିଲେ। ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ପ୍ରକ୍ରିୟା ଶେଷକରି ଏହାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ପ୍ରକାଶ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories