www.samajalive.in
Saturday, December 6, 2025
14.1 C
Bhubaneswar

ହାଇକୋର୍ଟରେ ସତ୍ୟପାଠ; ‘ ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ଉପରେ ସରକାରଙ୍କ କର୍ତ୍ତୃତ୍ଵ ନାହିଁ’

ଭୁବନେଶ୍ଵର: ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ଏଥିପାଇଁ ସରକାରଙ୍କର କୌଣସି କର୍ତ୍ତୃତ୍ଵ ନାହିଁ ବୋଲି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି। ଏହାସହିତ ରାଜ୍ୟରେ ଏତେ ସରକାରୀ ସ୍କୁଲ ଥାଇ ଅଭିଭାବକମାନେ ଘରୋଇ ସ୍କୁଲକୁ କାହିଁକି ପିଲାଙ୍କୁ ପଠାଉଛନ୍ତି ବୋଲି ସରକାର ପ୍ରଶ୍ନ କରିଛନ୍ତି।

ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଘରୋଇ ସ୍କୁଲ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କର କ’ଣ ନିୟନ୍ତ୍ରଣ ରହିଛି ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାର ବୁଧବାର ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିଛନ୍ତି। ଫି ନିୟନ୍ତ୍ରଣ କରିବାରେ ସରକାରଙ୍କର କୌଣସି ପଲିସି ନାହିଁ ବୋଲି କହିଛନ୍ତି। ଏ ଦିଗରେ ହାଇକୋର୍ଟ ନିଜ ଆଡୁ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାର ପୂର୍ବରୁ ଯୁକ୍ତି ବାଢ଼ିଥିଲେ।

- Advertisement -

ସୂଚନା ଅନୁସାରେ, ଦେଶରେ ଅନ୍ୟାନ୍ୟ ରାଜ୍ୟରେ ଘରୋଇ ସ୍କୁଲଗୁଡ଼ିକର ଫି’କୁ ନିୟନ୍ତ୍ରଣ କରିବା ଲାଗି ଆଇନ ରହିଛି। ପଞ୍ଜାବ, ହରିୟାଣା ଭଳି କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ ଏ ଦିଗରେ ଆଇନ ଅଣାଯାଇଛି। ଫଳରେ ସେହି ରାଜ୍ୟଗୁଡ଼ିକର ଘରୋଇ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗ ସରକାରଙ୍କ ନିୟନ୍ତ୍ରଣରେ ରହିଛି। କିନ୍ତୁ ଓଡ଼ିଶାରେ ଏଥିପାଇଁ ସରକାରଙ୍କର କୌଣସି ଆଇନ ନାହିଁ।

ବିଭିନ୍ନ ସମୟରେ ଫି ବୃଦ୍ଧି ଯୋଗୁ ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପରି ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରି ସରକାର ହସ୍ତକ୍ଷେପ କରିବାକୁ ଦାବି କରିଆସୁଛନ୍ତି। ଏହା ମଧ୍ୟରେ ହାଇକୋର୍ଟ ନିଜ ଆଡୁ ଏ ସମ୍ପର୍କରେ ସରକାରଙ୍କଠାରୁ ଜବାବ ଲୋଡ଼ିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories