www.samajalive.in
Sunday, December 14, 2025
16.1 C
Bhubaneswar

ସାମସଙ୍ଗ୍‍ର ଓଏଲ୍‍ଇଡି ଡିସପ୍ଲେ, ହାତୁଡିରେ ପିଟିଲେ ମଧ୍ୟ ଭାଙ୍ଗିବନି

ସାମସଙ୍ଗ କମ୍ପାନୀ ତରଫରୁ ଏମିତି ଏକ ଡିସ୍‍ପ୍ଲେ ପ୍ରସ୍ତୁତ ହୋଇଛି ଯାହାକୁ ହାତୁଡିରେ ପିଟିଲେ ମଧ୍ୟ ଭାଙ୍ଗିବନି। ଏହି ଡିସ୍‍ପ୍ଲେଟି ବହୁତ୍‍ ମଜଭୁତ୍‍ ହୋଇଛି। ଏଥିପାଇଁ ଗବେଷଣାଗାରରେ ଅନେକ ଥର ପରୀକ୍ଷା ନିରୀକ୍ଷା କରାଯାଇଛି। ଏହି ଡିସପ୍ଲେକୁ ତଳେ ପକାଇ ପରୀକ୍ଷା କରାଯାଇଥିଲା। ସବୁଠାରୁ ଖାସ୍‍ କଥା ହେଉଛି ଏହି ଡିସପ୍ଲେକୁ ଆପଣ ସ୍ମାର୍ଟ ଫୋନ୍‍ରେ ବ୍ୟବହାର କରିବା ସହିତ କମ୍ପ୍ୟୁଟର, ଲାପଟପ୍‍ ଭଳି ଅନେକ ଇଲେକଟ୍ରୋନିକ୍‍ ସାମଗ୍ରୀରେ ବ୍ୟବହାର କରିପାରିବେ। ଶୁଣାଯାଉଛି ସାମସଙ୍ଗ୍‍ କମ୍ପାନୀ ପ୍ରସ୍ତୁତ କରିଥିବା ଏହି ଡିସପ୍ଲେକୁ ପ୍ରଥମଥର ପାଇଁ ସାମସଙ୍ଗ୍‍ ଗ୍ୟାଲେକ୍ସି ନୋଟ୍‍-୯ଫୋନରେ ବ୍ୟବହାର କରିବ।
ସାମସଙ୍ଗ୍‍ କମ୍ପାନୀର ଏହି ଡିସପ୍ଲେକୁ ଆମେରିକାର ଅଣ୍ଡରରାଇଟର ଗବେଷଣାଗାର ପ୍ରସ୍ତୁତ କରିଛି। ଅଣ୍ଡରରାଇଟର ଗବେଷଣାଗାର ଆମେରିକାର ଶ୍ରମ ବିଭାଗ ବ୍ୟବସାୟିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରଶାସନ(ଓଏସ୍‍ଏଚ୍‍ଏ) ପାଇଁ କାମ କରୁଛି।
୪ଫୁଟ ଉଚ୍ଚରୁ ୨୬ ଥର ତଳକୁ ଫୋପାଡି ସାମସଙ୍ଗ୍‍ର ଏହି ଡିସପ୍ଲେକୁ ଟେଷ୍ଟ କରାଯାଇଥିଲା, ଏତେ ଉପରୁ ତଳକୁ ଫୋପଡା ଯାଇଥିଲେ ମଧ୍ୟ ଡିସପ୍ଲେ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା। ଏମିତିକି ଡିସପ୍ଲେରେ ଟିକିଏ ମଧ୍ୟ ଦାଗ ହୋଇନଥିଲା। ଏହାବ୍ୟତୀତ ୭୧ଡିଗ୍ରୀ ଏବଂ ମାଇନସ୍‍ ୩୨ଡିଗ୍ରୀ ତାପମାତ୍ରାକୁ ସହିବାର କ୍ଷମତା ଏହାର ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାମସଙ୍ଗ୍‍ କମ୍ପାନୀ ଏହାର କୌଣସି ନାମକରଣ କରିନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories