www.samajalive.in
Saturday, December 6, 2025
14.1 C
Bhubaneswar

୧୯୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ: କିଛିଦିନର ନିରବତା ପରେ ଆଜି ପୁଣିଥରେ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଗଞ୍ଜେଇ କଟା ଅଭିଯାନ। ଏଭଳି ସ୍ଥଳେ ଫୁଲବାଣୀ ସଦରଥାନା ଅନ୍ତର୍ଗତ ଜାମଝୁରି ପଂଚାୟତର କାଲିଗାଡା, ମାଲାସୁଡ଼ୁରା, କଟିତରା ଆଦି ଗ୍ରାମର ବିିଭିନ୍ନ ସ୍ଥାନରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୯୫ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରି ଦିଆଯାଇଥିବା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି। ଏହି ଅଭିଯାନରେ ମାଜିଷ୍ଟ୍ରେଟ୍‍ ଭାବରେ ସହକାରୀ ଜିଲାପାଳ ପ୍ରଦ୍ୟୁମ୍ନ ମଣ୍ଡଳ ସାମିଲ୍‍ ହୋଇଥିବା ବେଳେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ସଞ୍ଜିବ ମହାନ୍ତି ଅବକାରୀ ବିଭାଗର ଏସଆଇ ସୁରେଶ ତାଣ୍ଡି ଏବଂ କର୍ମଚାରୀମାନଙ୍କ ସମେତ ୨ ପ୍ଲାଟୁନ ସଶସ୍ତ୍ର ପୁଲିସ ଏବଂ ଶ୍ରମିକମାନେ ସାମିଲ୍‍ ହୋଇଥିଲେ। ଏହି ସଂକ୍ରାନ୍ତରେ ସଦର ଥାନାରେ କେସ ନଂ ୧୧୫ା୨୦ରେ ଏକ ମାମଲା ରୁଜୁ କରାଯାଇଥିବା ସଦରଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories