www.samajalive.in
Thursday, December 11, 2025
14.1 C
Bhubaneswar

ଭୋପାଳରେ ପେଟ୍ରୋଲ ଟପିଲା ୯୦ ଟଙ୍କା, ଡ଼ିଜେଲ ଲିଟର ୮୦.୧୦ ଟଙ୍କା

ସୋମବାର ମଧ୍ୟପ୍ରଦେଶର ଭୋପାଳରେ ପେଟ୍ରୋଲ ମୂଲ୍ୟ ଲିଟର୯୦ ଟଙ୍କା ଅତିକ୍ରମ କରିଛି। ସୋମବାର ଦିନ ରାଜ୍ୟ ରାଜଧାନୀରେ ଡିଜେଲ ଲିଟର ପିଛା ୮୦.୧୦ ଟଙ୍କାରେ ବିକ୍ରି ହୋଇଛି ।  ମଧ୍ୟପ୍ରଦେଶ ପେଟ୍ରୋଲ ପମ୍ପ ମାଲିକ ସଂଘର ସଭାପତି ଅଜୟ ସିଂଙ୍କ ସୂଚନା ଅନୁସାରେ ସମଗ୍ର ବିଶ୍ୱରେ କରୋନାଭାଇରସ୍-ପ୍ରବର୍ତ୍ତିତ-ଲକଡାଉନ୍ ସହଜ ହେବା ପରେ ଚାହିଦା ବୃଦ୍ଧି ହେତୁ ଅଶୋଧିତ ମୂଲ୍ୟ ବୃଦ୍ଧି ପାଉଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ର ଅଧିକ ହାର ହେତୁ ଏହି ହାର ଅଧିକ ରହିଛି ବୋଲି ସେ କହିଛନ୍ତି। ଅଜୟଙ୍କ ସୂଚନା  ଅନୁଯାୟୀ ମଧ୍ୟପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହାର ଯଥାକ୍ରମେ ୩୯% ଏବଂ ୨୮ % ରହିଛି। ଯାହା ତୁଳନାତ୍ମକ ଭାବରେ ଅନ୍ୟରାଜ୍ୟ ଠାରୁ ଅଧିକ । ସେହିପରି ମଧ୍ୟପ୍ରଦେଶର ଅନ୍ୟକିଛି ସହରରେ ପେଟ୍ରୋଲ ମୂଲ୍ୟ ପ୍ରଥମଥର ପାଇଁ ୯୧ ଟଙ୍କା ଅତିକ୍ରମ କରିଛି ବୋଲି ସେ କହିଛନ୍ତି ।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories