www.samajalive.in
Saturday, December 13, 2025
26.1 C
Bhubaneswar

ପିପିଲି ହେଉଛି କଳା ଓ ସଂସ୍କୃତିର ମାଟି

 ଦ୍ୱାଦଶ ଦୟା ମହୋତ୍ସବ ଉଦ୍‌ଘାଟିତ

ପିପିଲି : ଓଡିଶାର ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ଓ ଭାସ୍କର୍ଯ୍ୟ ଅନନ୍ୟ। ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ ବୋଲି ଦ୍ୱାଦଶ ଦୟା ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ପିପିଲିର ପଦାସାହି ସ୍ଥିତ ଇନ୍ଦିରା ମଇଦାନ ଠାରେ ଇଣ୍ଡିଆ ମିଡିଆ ସେଣ୍ଟର ପକ୍ଷରୁ ଆୟୋଜିତ ଦ୍ୱାଦଶ ଦୟା ମହୋତ୍ସବ-୨୦୧୮ ଶନିବାର ସଂନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି।

ଦୟା ମହୋତ୍ସବ କମିଟିର ମୁଖ୍ୟ ଆଡ୍‌ଭୋକେଟ ନିଶିକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାଶ ଯୋଗଦେଇ ପିପିଲିକୁ କଳା ଓ ସଂସ୍କୃତିର ମାଟି ଭାବେ ବର୍ଣ୍ଣନା କରିଥିଲେ। ଏହି ଅଞ୍ଚଳ ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ ଥିବା ବେଳେ ଦୟା ମହୋତ୍ସବ ଏହି ସଂସ୍କୃତିକୁ ଆଗେଇ ନେଉଛି ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ଓ ଅନ୍ୟତମ ଅତିଥି ଭାବେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଠା ଶିକ୍ଷାବିତ୍‌ ସୁରେନ୍ଦ୍ର ନାଥ ପ୍ରଧାନ ଯୋଗଦେଇ ପିପିଲିର ଐତିହ୍ୟ,

- Advertisement -

କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରା ସଂପର୍କରେ ଆଲୋକପାତ କରିଥିଲେ। ପିପିଲି ଅଞ୍ଚଳରେ ଶାନ୍ତି, ମୈତ୍ରୀ ଓ ପ୍ରଗତି ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ନିଶିକାନ୍ତ ମିଶ୍ର ପ୍ରକାଶ କରିଥିଲେ। ଏହି ଅବସରରେ ତ୍ରିଗୁଣ ଦାସ ମହାପାତ୍ର(ପରିବେଶବିତ୍‌), ରମେଶଚନ୍ଦ୍ର ବଡଜେନା(ସଫଳଚାଷୀ), ରଘୁନାଥ ଜେନା(ସଫଳ ଶିକ୍ଷକ), ଦ୍ୱିତୀକଷ୍ଣ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)ଙ୍କୁ ଦୟା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ଦିବାକର ଷଡଙ୍ଗୀ ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ସର୍ବେଶ୍ୱର ବୈଠାରୁ ଓ ସାଥୀ କଳାକାରମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ଡକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ବେଦପାଠ କରିଥିଲେ। ପରେ ନୃତ୍ୟଗୁରୁ ଜଗନ୍ନାଥ ମଲ୍ଲିକ ଓ ଗୋଲକ ଦାସଙ୍କ ନିର୍ଦ୍ଦେଶନାରେ ମା’ ବୀଣାକେଶ୍ୱର ନୃତ୍ୟ ମଞ୍ଜରୀ କଳାକାରଙ୍କ ଦ୍ୱାରା ପିପିଲି ଓ ଦୟା ମହୋତ୍ସବ ସମ୍ପର୍କିତ ନୃତ୍ୟ ‘ଅମୃତ ବର୍ଷା’ ପରିବେଷଣ କରାଯାଇଥିଲା। ପରେ ଶୁଭଶ୍ରୀ ଜୟସିଂଙ୍କ ନିର୍ଦ୍ଦେଶନାରେ ପୁରୀର ହରପ୍ରିୟା ଦେବଦାସୀ ନୃତ୍ୟ କଳାମନ୍ଦିର କଳାକାରଙ୍କ ଦ୍ୱାରା ଉଚ୍ଚକୋଟିର ଦେବଦାସୀ ନୃତ୍ୟ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା। ନୁପୁର ନୃତ୍ୟ ଏକାଡେମୀ ପକ୍ଷରୁ ମାଷ୍ଟର ବିଶ୍ୱରଞ୍ଜନନ ସାହୁଙ୍କ ନିର୍ଦ୍ଦେଶନାରେ ଶିଶୁ କଳାକାରମାନ ‘ବନ୍ଦେ ମାତରଂ’ ପରିବେଷଣ କରିଥିଲେ। ଏହି ଅବସରରେ ଅପରାହ୍ନରେ ପିପିଲିର ସଙ୍କଟମୋଚନ ହନୁମାନଙ୍କ ମନ୍ଦିରରୁ ପାଇକନୃତ୍ୟ, ଘଣ୍ଟୁଆ ନୃତ୍ୟ, ମୃଦଙ୍ଗ ଓ କଳଘୋଡାନୃତ୍ୟ ସହ ଏକ ଶୋଭାଯାତ୍ରାରେ ଦୟାଜ୍ୟୋତିକୁ ମହୋତ୍ସବ ମଣ୍ଡପକୁ ଅଣାଯାଇଥିଲା। ଇଣ୍ଡିଆ ମିଡିଆ ସେଣ୍ଟରର ଟ୍ରଷ୍ଟି ତଥା ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ ଓ ଡାକ୍ତର ତପନ କୁମାର ଦାଶ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଦିବାକର ଷଡଙ୍ଗୀଙ୍କ ସମେତ ମା’ କାଳିକା ଦେବୀ ଯୁବକ ସଂଘ , ପଦାସାହି ଯୁବକ ସଂଘ, ମା’ ଯାଗେଶ୍ୱରୀ ଯୁବକ ସଂଘ ଓ ଦୟା ମହୋତ୍ସବ କମିଟିର ସଦସ୍ୟ ମାନେ ଏଥିରେ ସକ୍ରୀୟ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories