www.samajalive.in
Saturday, December 13, 2025
18.1 C
Bhubaneswar

ପିଇବା ପାଣି ପାଇଁ ଗ୍ରାମବାସୀଙ୍କ ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ

ବାଙ୍କୀ : ମହାନଦୀ କୂଳରେ ବାଙ୍କୀ ଅବସ୍ଥିତ। ବିଡମ୍ବନାର ବିଷୟ ବର୍ଷର ବହୁ ସମୟରେ ବାଙ୍କୀ ଉପଖଣ୍ଡର ବିଭିନ୍ନ ଗ୍ରାମରେ ଖରାଦିନେ ଯେ ପିଇବା ପାଣି ସଙ୍କଟ ରହିଛି ତାହା ନୁହେଁ ବରଂ ଶୀତଦିନେ ମଧ୍ୟ ଉତ୍କଟ ପାନୀୟ ଜଳର ଅଭାବ ନେଇ ଅସନ୍ତୋଷ ବଢିଛି। ରାଜ୍ୟ ସରକାର ସମସ୍ତ ଘରକୁ ସରକାରୀ ପାନୀୟ ପାଇପ ଜଳ ଯୋଗାଣ ପାଇଁ ଯୋଜନା କାର୍ଯ୍ୟକାରୀ କରୁଥିଲା ବେଳେ ଡମପଡା ବ୍ଲକ ଅଧିନ ଗୋପାଳପୁର ପଞ୍ଚାୟତର ୮ଗୋଟି ଓାର୍ଡ ପାନୀୟଜଳ ସଙ୍କଟରେ ଜୁଡୁବୁଡୁ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ ପ୍ରତିଶୃତିକୁ ଅପେକ୍ଷା କରି ଗାଁର ମହିଳା ମାନେ ପିଇବା ପାଣି ସଂଗ୍ରହ ପାଇଁ ଦହଗଞ୍ଜ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ସୋମବାର ସକାଳେ ଗୋପାଳପୁର ପଞ୍ଚାୟତର ଓାର୍ଡ ନଂ-୪,୬,୮,୯,୧୦,୧୧ ପ୍ରଭୃତି ଓାର୍ଡର ମହିଳା ଓ ପୁରୁଷ ମାନେ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗାଁକୁ ପାଇପ ଜଳ ମାଟିତଳେ ପଡିଥିଲେ ମଧ୍ୟ ସବୁ ସାହିକୁ ନିୟମିତ ପାନୀୟଜଳ ପରିଚାଳନା ହେଉନଥିବାରୁ ଗ୍ରାମବାସୀ ଓ ମହିଳା ମାନେ ଗରା ବାଲଟି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୋପାଳପୁର ପଞ୍ଚାୟତରେ ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଥିଲା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଲୋକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ତତ୍ପରତା ପ୍ରକାଶ କରୁନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗା ଯୋଗ କରିବାରୁ ଗୋପାଳପୁରକୁ ସଞ୍ଜୋଗ କରିଥିବା ଜଳର ଉତ୍ସ ପର୍ଯ୍ୟାପ୍ତ ହେଉନଥିବାରୁ ଜଳ ଯୋଗାଣରେ ସମସ୍ୟା ଦେଖାଦେଇଛି। ବହୁ ଲୋକ ଘରକୁ ଜଳ ସଞ୍ଜୋଗ କରିଛନ୍ତି। ଏଣୁ ସର୍ବାଧାରଣରେ ପର୍ଯ୍ୟାପ୍ତ ପାନୀୟଜଳ ପାଇଁ ଏହା ସମ୍ଭବ ହେଉନଥିବାରୁ ପ୍ରତିଦିନ ନିରନ୍ତର ଜଳ ଯୋଗାଣ ହୋଇପାରୁନି। ଆଗାମୀ ଦିନରେ ପାନୀୟଜଳ ଯୋଗାଣ ସମସ୍ୟାର ସମାଧାନ ନହେଲେ ଗ୍ରାମର ମହିଳା ମାନେ ଡମପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବିକ୍ଷୋଭକାରୀ ମାନଙ୍କୁ ଜଳ ଯୋଗାଣ ପାଇଁ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇ ସୁବିଧା କରିବେ ବୋଲି ପ୍ରତିଶୃତି ଦେଲାପରେ ବିକ୍ଷୋଭକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ହଟିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories