www.samajalive.in
Saturday, December 13, 2025
21.1 C
Bhubaneswar

ଆଧୁନିକ ପ୍ରକ୍ରିୟା କରଣରେ କୋବିଚାରା ଉତ୍ପାଦନ ଓ ବ୍ରୋକଲି କୋବି ଚାଷ ପ୍ରଦର୍ଶନ

ବାଙ୍କୀ : ବାଙ୍କୀ ଉପଖଣ୍ଡର ଉଭୟ ବାଙ୍କୀ ଓ ଡମପଡା ବ୍ଲକର ଶତାଧିକ ଗ୍ରାମରେ ୮୦ଭାଗ ଲୋକ ଧାନ,ବିରି,ମୁଗ,ଆଖୁ ଚାଷ ସହ ସବୁଜ ପନିପରିବା ଚାଷ କରିବାରେ ରାଜ୍ୟରେ ଆଗୁଆ। ରାଜ୍ୟର ବିଭିନ୍ନ ହାଟବଜାରରେ ବାଙ୍କୀ ଚାଷର ସଜପନିପରିବାର ନାଁ ଅଛି। ଏହି ପରିପ୍ରେକ୍ଷୀରେ ପାଥପୁର ପଞ୍ଚାୟତ ଅଞ୍ଚଳର ଚାଷୀ ମାନେ ଶୀତ ଦିନିଆ ପନିପରିବା ଚାଷ କରି ସବୁଜ ବଳୟ ସୃଷ୍ଟି କରିବାର ପରମ୍ପରା ବେଶ୍‍ ପୁରୁଣା। ଚାଷୀ ମାନେ ପାରମ୍ପରିକ ଭାବରେ କୋଭିଚାଷ କରି ବେଶ୍‍ ଦୁଇ ପଇସା ପାଇବାର ନଜିର ଅଛି।

ଏଥିପାଇଁ ବିଭିନ୍ନ ସମୟରେ ବାହାର ଯାଗାରୁ ଚାଷୀ ମାନେ ଏବଂ କୃଷି ବିଜ୍ଞାନୀ ଛାତ୍ର ଛାତ୍ରୀ ମାନେ ଏ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନରେ ଆସି ପୁରୁଖା ଚାଷୀ ମାନଙ୍କ ଠାରୁ ପାରମ୍ପରିକ ଚାଷର କୌଶଳ ଓ ଜୈବୀକ ଖତର ବ୍ୟବହାର ସମ୍ପର୍କରେ ପଚାରି ବୁଝନ୍ତି। ଏବେ କଟକ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉଦ୍ୟାନ ବିଶେଷଜ୍ଞ ଡଃ. ତୁଷାର କାନ୍ତ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପଥପୁର ଗ୍ରାମ ଠାରେ ବିନା ମାଟିରେ ନଡିଆକତା ଗୁଣ୍ଡ ଓ ତରଳ ଦ୍ରବଣ ବ୍ୟବହାର କରାଯାଇ ଆଧୁନିକ ପ୍ରଣାଳୀରେ ଦାମୀ ବ୍ରୋକଲି ଫୁଲକୋବି ଚାରା ଉତ୍ପାଦନ ପ୍ରକ୍ରୀୟ ଆରମ୍ଭ କରାଯାଇଛି। ୨୦ଦିନ ତଳେ ଟ୍ରେରେ ପକାଯାଇଥିବା ଚାରା ମାଟିରେ ରୋପଣ କରିବାର ସମୟ ଆସିବାରୁ ସୋମବାର ଦିନ ଏଠାରେ ଏକ କୃଷକ ପ୍ରଦର୍ଶନ ଓ ଚାଷ ପ୍ରଣାଳୀ ସମ୍ପର୍କିତ ସଂକ୍ଷିପ୍ତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି।

- Advertisement -

ଏଠାରେ ଅଦ୍ୱୈତ କୁମାର ନାୟକ,ଶତୃଘ୍ନ ଗୋଚ୍ଛାୟତ,ସପନି ନାୟକ,ବାସୁଦେବ ସାହୁ,ଗୋବିନ୍ଦ ଚନ୍ଦ୍ର ସାହୁ,ଅୟସ କୁମାର ରାଉତ,ଶଶଧର ନାୟକ,ଅନିଲ ସାହୁ, ଗଣେଶ୍ୱର ରାଉତ,ଆସୁତୋଷ ନାୟକ,ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ରହି ବ୍ରୋକଲି କୋବି ଓ ଲାଲ ବନ୍ଧା କୋବି ଚାଷ ସମ୍ପର୍କରେ ସଚେତନ ହୋଇଛନ୍ତି। ବିଶେଷଜ୍ଞଙ୍କ ସୂଚନା କ୍ରମରେ ଚାରା ରୋପଣର ୬୦ଦିନ ମଧ୍ୟରେ ଏହି କୋବି ଉତ୍ପାଦନ ହୋଇପାରିବ। ବର୍ତ୍ତମାନର କୋବି ଅପେକ୍ଷା ଏଥିରେ ଅଧିକ ପୃଷ୍ଟିଯୁକ୍ତ ଥିଲା ବେଳେ ବ୍ଲଡପ୍ରେସର,ଡାଇବେଟିସ୍‍ ଓ କର୍କଟ ରୋଗ ଆକ୍ରାନ୍ତ ରୋଗୀ ମାନଙ୍କ ପାଇଁ ଏହି କୋବି ଖାଦ୍ୟ ପକ୍ଷରେ ହିତକର ବୋଲି ସୂଚନା ଦେଇଛନ୍ତି। ଚାଷୀ ସନ୍ତୋଷ ନାୟକ ଏଭଳି ଚାଷ ଏକ ସୌଖିନୀ ଚାଷ ବୋଲି କହିଥିଲା ବେଳେ ଦୃଷ୍ଟାନ୍ତ ମୂଳକ ଭାବରେ ପାଥପୁର ପଞ୍ଚାୟତରେ ଏକ ଏକର ବ୍ରୋକଲି ଓ ଲାଲ୍‍ ବନ୍ଧାକୋବି ଚାଷ ପାଇଁ ଚାଷୀ ମାନେ ସହଯୋଗ କରିଥିବା ଜଣାପଡିଛି। ଚାଷ ସମୟରେ ଉଦ୍ୟାନ ବିଶେଷଜ୍ଞ ଶ୍ରୀ ସାହୁ ଚାଷୀ ମାନଙ୍କ ସହ ନିୟମିତ ଯୋଗା ଯୋଗ ଓ କ୍ଷେତ୍ର ପରିଦର୍ଶନ କରିବେ ବୋଲି ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories