www.samajalive.in
Friday, December 5, 2025
17.1 C
Bhubaneswar

କାମଧେନୁ ଶଙ୍ଖର ମହତ୍ତ୍ୱ

ସମୁଦ୍ର ମନ୍ଥନ ସମୟରେ ଦେବ-ଦାନବ ସଂଘର୍ଷ ସମୟରେ ସମୁଦ୍ରରୁ ୧୪ଟି ମୂଲ୍ୟବାନ ରତ୍ନର ଉତ୍ପତ୍ତି ହୋଇଥିଲା। ସେମାନଙ୍କ ମଧ୍ୟରୁ ୮ମ ରତ୍ନରେ ଶଙ୍ଖର ଜନ୍ମ ହୋଇଥିଲା ବୋଲି ମାନ୍ୟତା ରହିଛି। ପ୍ରାକୃତିକ ରୂପରେ ଶଙ୍ଖ ବିଭିନ୍ନ ପ୍ରକାରର ରହିଛି। ଯେପରି ଦେବ ଶଙ୍ଖ, ଚକ୍ର ଶଙ୍ଖ, ଶନି ଶଙ୍ଖ, ରାହୁ ଶଙ୍ଖ, ପଞ୍ଚମୁଖୀ ଶଙ୍ଖ , ଭାଲାମପୁରୀ ଶଙ୍ଖ, ବୁଦ୍ଧ ଶଙ୍ଖ, କେଟୁ ଶଙ୍ଖ, ଶେଷନାଗ ଶଙ୍ଖ, କାଚଚାପ ଶଙ୍ଖ, ସିଂହ ଶଙ୍ଖ, କୁବାର ଗଦା ଶଙ୍ଖ, ସୁଦର୍ଶନ ଶଙ୍ଖ ଇତ୍ୟାଦି।
କାମଧେନୁ ଶଙ୍ଖ ଖୁବ ଦୁର୍ଲ୍ଲଭ ବୋଲି କୁହାଯାଏ। ଏହି ଶଙ୍ଖ ମଧ୍ୟ ପ୍ରମୁଖ ରୂପରେ ଦୁଇ ପ୍ରକାରର। ଗୋଟିଏ ଗୋମୁଖୀ ଶଙ୍ଖ ଓ ଦ୍ୱିତୀୟ କାମଧେନୁ ଶଙ୍ଖ। ଏହି ଶଙ୍ଖ କାମଧେନୁ ଗାଈର ମୁଖ ଯେପରି ରୂପାକୃତି ହୋଇଥିବା କାରଣରୁ ଏହାକୁ ଗୋମୁଖୀ କାମଧେନୁ ଶଙ୍ଖ ନାମରେ ଜଣାଯାଏ।
– ଏହି ଶଙ୍ଖକୁ ପୂଜାର୍ଚ୍ଚନା କରିବା ଦ୍ୱାରା କଥାବାର୍ତ୍ତା କରିବା ସଠିକ ହେବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
– ମହର୍ଷି ପୁଲସ୍ତ୍ୟ ଓ ଋଷି ବଶିଷ୍ଣ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଏହି ଶଙ୍ଖୁ ପୂଜା କରିଥିଲେ।
– ପୌରାଣିକ କଥା ଅନୁଯାୟୀ, ଏହାର ପ୍ରାୟୋଗ ଦ୍ୱାରା ଧନ ଓ ସମୃଦ୍ଧି ସ୍ଥାୟୀ ହୋଇଥାଏ ଓ ବୃଦ୍ଧି ପାଇଥାଏ।
– ଏହା ଘରେ ରହିବା ଦ୍ୱାରା ସଭିଁଙ୍କ ମନସ୍ମାମନା ପୂରଣ ହୋଇଥାଏ।
– କାମଧେନୁ ଶଙ୍ଖକୁ ପୂଜା କରିବାର ମନ୍ତ୍ର ହେଉଛି ; ଓଁ ନମଃ ଗୋମୁଖୀ କାମଧେନୁ ଶଙ୍ଖାୟ ମମ ସର୍ବ କାର୍ଯ୍ୟ ସିଦ୍ଧି କୁରୁ-କୁରୁ ନମଃ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories