www.samajalive.in
Saturday, December 6, 2025
19.1 C
Bhubaneswar

ମନୋରଞ୍ଜନ ସେଠୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ମେଘା ଚମ୍ପିଆନ୍‍

ଆଠଗଡ: ରାଧାଗୋବିନ୍ଦପୁର ନିକଟବର୍ତ୍ତୀ ପାୱାରଲୁମ ଖେଳପଡିଆଠାରେ ବେଷ୍ଟ କ୍ଲବ୍‍ ଆନୁକୁଲ୍ୟରେ ଚାଲିଥିବା ୪ଦିନିଆ ମନୋରଞ୍ଜନ ସେଠୀ ମେମୋରିଆଲ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସହିତ ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମେଘା କ୍ରିକେଟ କ୍ଲବ୍‍ ବାରଙ୍ଗ କ୍ରିକେଟ କ୍ଲବକୁ ୫୩ ରନରେ ପରାସ୍ତ କରି ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିବା ଜଣାପଡିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଧାଗୋବିନ୍ଦପୁର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୫ ଓଭରରେ କ୍ଲବର ଅଧିନାୟକ ସୁରେନ୍ଦ୍ର ବେହେରାଙ୍କ ଧୁଆଁଧାର ୮୦ରନ୍‍ ସହାୟତାରେ ୭ ୱିକେଟ ହରାଇ ୧୫୫ ରନ୍‍ ସଂଗ୍ରହ କରିଥିଲା। ଏହି ବିଶାଳ ସ୍କୋରର ପିଛା କରି ବାରଙ୍ଗ କ୍ରିକେଟ୍‍ କ୍ଲବ୍‍ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇ ନିର୍ଦ୍ଧାରିତ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୧୦୨ରନ୍‍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଧାଗୋବିନ୍ଦପୁର ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ସାହୁ ଓ ପୂର୍ବତନ ସରପଞ୍ଚ ଅଶୋକ କୁମାର ରାଉତ ଅତିଥି ଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅଫ ଦଳକୁ ଟ୍ରଫି ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ମେଘା ଦଳର ଅଧିନାୟକ ଶ୍ରୀ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ୱାରା ଗ୍ରାମ ଗ୍ରାମ ମଧ୍ୟରେ ଆଞ୍ଚଳିକ ସଦ୍‍ଭାବ ଓ ଭାଇଚାରା ସୁଦୃଢ ହୋଇପାରିବ ବୋଲି ଅତିଥି ଦ୍ୱୟ ମତବ୍ୟକ୍ତ କରିଥିଲେ। ଶିବ ନାରାୟଣ ରାଉତ ଓ ଲିଟୁ ରାଉତ ଅମ୍ପାୟାର ଭାବେ ଫାଇନାଲ ମ୍ୟାଚ ପରିଚାଳନା କରିଥିବାବେଳେ ବେଷ୍ଟ କ୍ଲବର କର୍ମକର୍ତ୍ତା ଦେବୀ ପ୍ରସାଦ ବେହେରା, ସୁଶାନ୍ତ କୁମାର ଜେନା, ଚିତ୍ତରଞ୍ଜନ ଦାସ, ସନ୍ତୋଷ କୁମାର ବାରିକଙ୍କ ସମେତ ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories