www.samajalive.in
Monday, December 8, 2025
24.1 C
Bhubaneswar

ଜୀବିକା ମିଶନ ପକ୍ଷରୁ ଚାଷୀଙ୍କୁ ପନିପରିବା ବିହନ ବଣ୍ଟନ

ଆଠଗଡ: ଓଡିଶା ଜୀବିକା ମିଶନ ପକ୍ଷରୁ ଆଠଗଡର ବିଭିନ୍ନ ପଞ୍ଚାୟତରେ ଚାଷୀମାନଙ୍କୁ ପନିପରିବା ମଞ୍ଜି ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ପଞ୍ଚାୟତ ସମିତି ପକ୍ଷରୁ ରବିବାର ୩ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨ଟି ପଞ୍ଚାୟତରୁ ପ୍ରଥମ ପର୍ୟ୍ୟାୟରେ ୫ଟି ପଞ୍ଚାୟତର ଶତାଧିକ କୃଷକଙ୍କୁ ୧୭ଟି କିସମର ପନିପରିବା ମଞ୍ଜି ଥିବା ପ୍ୟାକେଟ ବଣ୍ଟନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ବ୍ଲକ୍‍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳାଇ, ଜିଲ୍ଲା ପରିଷଦ ସଭ୍ୟା ଜାନକୀଲତା ନାଏକ, କୃଷକ ନେତା ଅଶୋକ କୁମାର ରାଉତ, ନିରାକାର ଲେଙ୍କା ଶ୍ରୀଧର ମାଝି, ସାମାଜିକ କର୍ମୀ ମୁରଲିଧର ବେହେରା ଓ ଧନେଶ୍ୱର ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ଚାଷୀମାନେ ନିଜ ବାଡି ବଗିଚାରେ ଏହି ପନିପରିବା ବିହନ ଲଗାଇ ସ୍ୱାବଲମ୍ବୀ ହୋଇପାରିବେ ଓ ସେମାନଙ୍କର ଆର୍ଥିକ ମାନଦଣ୍ଡରେ ଅଭିବୃଦ୍ଧି ଘଟିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ହିତାଧିକାରୀ ଚାଷୀମାନେ ଏହି ପନିପରିବା ମଞ୍ଜି ଲଗାଇବା ସମୟରେ କିପରି ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୪ଟି ପର୍ୟ୍ୟୟରେ ୧୦ହଜାର ଟଙ୍କା ପାଇପାରିବେ ସେ ସଂପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦଳାଇ ବୁଝାଇବା ସହ ଚାଷୀମାନଙ୍କୁ ସଚେତନ କରାଇଥିଲେ। ପ୍ରଥମ ପର୍ୟ୍ୟୟରେ ରବିବାର ରାଧାଗୋବିନ୍ଦପୁର, ଧାଇପୁର, ବେଣ୍ଟପଦା, ରାଜନଗର ଓ ଘଣ୍ଟିଖାଲ ପଞ୍ଚାୟତରେ ଚାଷୀମାନଙ୍କୁ ଜୀବିକା ମିଶନ ପକ୍ଷରୁ ଦିଆଯାଇଥିବା ପନିପରିବା ମଞ୍ଜି ବଣ୍ଟନ କରାଯାଇଥିଲା। ଏହି ସବୁ ପଞ୍ଚାୟତ ଗୁଡିକରେ ପନିପରିବା ବିହନ ବଣ୍ଟନ ସମୟରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୱାର୍ଡ ସଭ୍ୟମାନେ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories