www.samajalive.in
Wednesday, December 10, 2025
23.1 C
Bhubaneswar

ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

ଭୁବନେଶ୍ବର : ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ।ପ୍ରବଳ ହୋ ହାଲ୍ଲା ମଧ୍ୟରେ ୧୧ ହଜାର ୭୦୦ କୋଟି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୬୨୭ କୋଟି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୦୪୧ କୋଟି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି । ଭିତ୍ତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ବିଲ୍‌ରେ ବ୍ୟୟ ବରାଦ ହୋଇଥିବା ବେଳେ ମୋଟ୍‌ ୭ ହଜାର ୪୩୮ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦ ହୋଇଛି।

ସେହିପରି ସେପ୍ଟେମ୍ବର ଶେଷ ସୁଦ୍ଧା ନିଜସ୍ବ ରାଜସ୍ବ ସଂଗ୍ରହ ୧.୭% ବୃଦ୍ଧି ହେବା ସହ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଆଦାୟ ତୁଳନାରେ ୧.୭% ବୃଦ୍ଧି ପାଇଛି । ଏହି ଅତିରିକ୍ତ ବଜେଟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ଗୁରୁତ୍ବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୋଭିଡ୍‌ ପାଇଁ ଘୋଷିତ ପ୍ୟାକେଜୁ ପ୍ରାଧାନ୍ୟ ଦିଆଯାଇଥିବା  ବ୍ୟୟ ମଞ୍ଜୁରୀ ବିଲ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଝାରୀ ଅଭିଭାଷଣ ଦେଇ କହିଛନ୍ତି।

- Advertisement -

ତେବେ ଆଲୋଚନାରେ ଭାଗ ନେଇନାହିଁ ବିରୋଧି ଦଳ ବିଜେପି । ପରୀ ହତ୍ୟାକାଣ୍ଡକୁ ନେଇ ସିବିଆଇ ତଦନ୍ତ  ଏବଂ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଅଟଳ ରହିଥିଲା ବିରୋଧୀ ବିଜେପି। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ଗୃହ ମଧ୍ୟ ଭାଗରେ ଜୋରଦାର ହଙ୍ଗାମା କରିବା ସହ ବିଜେପି ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ବିଭିନ୍ନ ବ୍ୟାନର ଓ ପୋଷ୍ଟର ଦେଖାଇ ହୋହଲ୍ଲା କରିଥିଲେ। ପ୍ରବଳ ହଟ୍ଟଗୋଳ ସହ ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇବର ଗ୍ଲାସ ଖସାଇ ଦେଇଥିଲେ ବିରୋଧୀ ଦଳ। ଏହାରି ମଧ୍ୟରେ ବାଚସ୍ପତି ବ୍ୟୟ ମଞ୍ଜୁରୀ ବିଲ ଉପରେ ଆଲୋଚନା କରିବା ପାଇଁ ନିର୍ଦେଶ ଦେଇଥିଲେ। ବାରସ୍ପତି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ପାଇଁ କହିବା ପରେ ବିରୋଧି ବିଜେପି ଗୃହ ତ୍ୟାଗ କରିଥିଲେ। ତେବେ ଗୃହରେ ଥିବା ସଦସ୍ୟମାନେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ବିଲକୁ ପାରିତ କରିଥିଲେ।

ରବିବାରଦିନ ରାଜ୍ୟ ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଗୃହୀତ ହେବାପରେ ପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଫଳରେ ମାତ୍ର ୧୦ ଦିନ ଚାଲିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଯାଇଛି । ଗତ ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ଓ ତାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା । ଫଳରେ ୩୦ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ ହୋଇଯାଇଛି ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories