www.samajalive.in
Saturday, December 13, 2025
26.1 C
Bhubaneswar

୬୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗୋଟେ ପଟେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜମିରେ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଚାଷ ନଷ୍ଟକରିବାର ଦିନରାତି ଏକ କରିଥିବା ବେଳେ ଏପଟେ କିନ୍ତୁ ଗଞ୍ଜେଇ ଚୋରା ଚାଲାଣ କାରିମାନେ ସେମାନଙ୍କର ଚୋରା ଚାଲାଣ ଜାରି ରଖିଛନ୍ତି। ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଶୁକ୍ରବାର ରାତ୍ରରେ ଦୁଇଜଣ ଗଞ୍ଜେଇ ଚୋରା ଚାଲାଣ କାରି ମାନଙ୍କୁ ଧରିବାରେ ସଫଳ ହୋଇଥିିବା ବେଳେ ସେମାନଙ୍କ ଠାରୁ ୬୦ କିଲୋ ଗଞ୍ଜେଇ ଜବତ କରାଯାଇଛି। କୈାଣଷି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ଙ୍କ ନିଦ୍ଦେଶ କ୍ରମେ ଏସ୍‍.ଆଇ ଦସରଥ ହେମ୍ରମଙ୍କ ନେତୃତ୍ୱରେ ଜାଜେସପାଙ୍ଗା ପଚାଂୟତ ଅନ୍ତର୍ଗତ ଲଦଡି ପ୍ରାଥମିକ ସ୍କୁଲ ପଛପଟେ ଛଢଉ କରିଥିଲ।। ଚଢଉ ସମୟରେ ଦୁଇଜଣ ବ୍ୟକ୍ତି ଗଞ୍ଜେଇ ଭର୍ତ୍ତି ଅଖା ବ୍ୟାଗ ସାଙ୍ଗରେ ଚାଲାଣ କରିବା ପାଇଁ ଗାଡିକୁ ଅପେକ୍ଷା କରି ରହିଥିଲେ। ପୋଲିସକୁ ଦେଖି ଉଭୟ ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର୍‍ ହେବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ୍ ଦଳ ଚତୁରତାର ସହିତ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଗିରଫ ୨ ଜଣ ହେଉଛନ୍ତି। ଲଦଡି ଗ୍ରାମର ବିଶ୍ୱନାଥ ଦିଗାଳ ଓ ଅନ୍ୟଜଣେ ଭୃଙ୍ଗିଯୋଡି ପଞ୍ଚାୟତ ଅନ୍ତର୍ଗତ ସୁଣ୍ଢିଗାଁର ଅବକେତ ଦିଗାଳ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ କେସ ନଂ ୧୦୭ା୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ପ୍ରଦିପ କୁମାର ରାଉଳ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories