www.samajalive.in
Monday, December 8, 2025
27.1 C
Bhubaneswar

ଗର୍ଭବତୀ ନାବାଳିକା ଫାଶୀ ଲଗାଇ ଆତ୍ମହତ୍ୟା ଘଟଣାରେ ନାବାଳକ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ମୁଣ୍ଡା ସାହିର ଜଣ ନବମ ଶ୍ରେଣୀରେ ପଢ଼ୁଥିବା ଗର୍ଭବତୀ ନାବାଳିକା ସରସ୍ୱତୀ ମୁଣ୍ଡା(୧୫) ଗତ ଜୁନ ୧୮ ତାରିଖରେ ନିଜ ଘରେ ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା । ନାବାଳିକା ଜଣଙ୍କ ଫାଶି ଲଗାଇଥିବା ଘରୁ ଏକ ପ୍ରେମ ଚିଠି ସହ ମୋବାଇଲ୍ ଜବତ କରି ତୁରୁମୁଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଆଦିବାସୀ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବାର କାରଣ ସାଜିଥିବା ଜଣେ ନାବାଳକକୁ ତୁରୁମୁଙ୍ଗା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ଘଟାଇଥିବା ବେଳେ ନାବାଳକ ଜଣଙ୍କ ୧୭ ବର୍ଷ ଥିଲେ । ଏବେ ନାବାଳକ କୁ ୧୮ ବର୍ଷ ୧୦ ଦିନ ହୋଇଥିବା ଜଣାପଡିଛି । ଏହି ନାବାଳକ ଜଣଙ୍କ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ମିଶ୍ରମାଳ ଗ୍ରାମର ବୋଲି ସୂଚନା ଥିବା ବେଳେ ମୃତା ନାବାଳିକା ସହ ତାର ପ୍ରେମ ସମ୍ପର୍କ ରହିଥିଲା । ସୂଚନାଯୋଗ୍ୟ ଯେ ମୃତା ସରସ୍ୱତୀଙ୍କ ବାପା କୁଶ ମୁଣ୍ଡା ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ସରସ୍ୱତୀଙ୍କ ମାଆ ମଧ୍ୟ ଅନ୍ୟ ଜଣେ ବିବାହିତା ପୁରୁଷଙ୍କ ସହ ଫେରାର ହୋଇ ଯାଇଥିବାରୁ ସରସ୍ୱତୀ ଓ ତାଙ୍କ ତିନି ସାନ ଭାଇ ନିଜ ୮୦ ବର୍ଷିୟା ଜେଜେମା ଘରେ ରହି ପାଠ ପଢୁଥିବା ସମୟରେ ଗତ ଜୁନ ୧୮ ତାରିଖ ରେ ସରସ୍ଵତୀ ନିଜ ଘରେ ଓଢ଼ଣୀ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories