www.samajalive.in
Saturday, December 6, 2025
19.1 C
Bhubaneswar

ପଣ୍ଡିଗାଁ ଧାନ ମଣ୍ଡି ପରିଦର୍ଶନ କଲେ ସାଂସଦ ବସନ୍ତ ପଣ୍ଡା

କଲମପୁର : କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦଳୀୟ କାର୍ଯ୍ୟକ୍ରମ ଅବସରରେ କଲମପୁର ଗସ୍ତ କରିଥିଲେ। ଏହି ଅବସରରେ ମିଲର୍ସଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ କ୍ୱିଣ୍ଟାଲ ପ୍ରତି ୫ କେଜି କଟନୀ ପାଇଁ ଅଡି ବସିଥିବା କାରଣରୁ ଅଚଳ ହେଇଥିବା ପଣ୍ଡିଗାଁ ଧାନ ମଣ୍ଡିକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ପୂର୍ବରୁ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଯାଇଥିବା ତହସିଲଦାର କରିଶ୍ମା ବେଶ୍ରା ଉପସ୍ଥିତ ଥିଲେ। ସାଂସଦ ଶ୍ରୀ ପଣ୍ଡା ଧାନ କ୍ରୟରେ ନିୟୋଜିତ କୃଷି ସମବାୟ ସମିତିର କର୍ମଚାରୀ, ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଓ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ସାଂସଦଙ୍କ ସମ୍ମୁଖରେ ଧାନର ମାନ ଯାଞ୍ଚ କରିଥିଲେ। ଏହି ମାନ ଯାଞ୍ଚ ସମୟରେ ଧାନ ସଫା ଓ ସୁଖିଲା ଥିବା ଯୋଗୁଁ କୌଣସି କଟନୀ ନକରି ଧାନ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସାଂସଦଙ୍କ ସମ୍ମୁଖକୁ କେହି ଏଜେଣ୍ଟ ଆସିନଥିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ। ଏହାସହ ଯେଉଁ ମିଲର୍ସଙ୍କ ଏଜେଣ୍ଟ ଧାନ ଉଠାଣରେ ଅରାଜି ହେଉଛନ୍ତି ସେମାନଙ୍କୁ ଧାନ ସଂଗ୍ରହ କରିବାରୁ ବାଦ୍‍ ଦେବା ପାଇଁ କ୍ରୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ଧାନ କଟନୀକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଯାହା ଗଣ ଆନ୍ଦୋଳନର ଦାନା ବାନ୍ଧୁଛି। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ନଦେଲେ କୃଷକ ଆନ୍ଦୋଳନ ତୀବ୍ର ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଶେଷ ଖବର ସୁଦ୍ଧା ପଣ୍ଡିଗାଁ ଧାନ ମଣ୍ଡିରୁ କ୍ୱିଣ୍ଟାଲ ପ୍ରତି ୪ କେଜି କଟନିରେ ୮ ଜଣ ଚାଷୀଙ୍କ ଠାରୁ ୬୫୩.୯୦ କ୍ୱିଣ୍ଟାଲ ଧାନ ଉଠାଣ କରାଯାଇଥିବା ସୁଚନା ମିଳିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories