www.samajalive.in
Monday, December 8, 2025
14.1 C
Bhubaneswar

ଦିନ ମଜୁରିଆ ହେମାଲ ସଂଘର ଆନ୍ଦୋଳନ

ବରପାଲି : ମାହାତ୍ମା ଗାନ୍ଧି ଛକ ସମ୍ମୁଖରେ ବରପାଲି ହେମାଲ ସଂଘ ପକ୍ଷରୁ ହେମାଲଦର ବୃଦ୍ଧିକୁ ନେଇ ଆନ୍ଦୋଳନର ଡ଼ାକାରା ଦେବା ସହ ସମୁହ ଧାରଣାରେ ବସିଥିବା ଦେଖାଯାଇଛି। ଶନିବାର ପୁର୍ବାହ୍ନରେ ସ୍ଥାନୀୟ ବଣିକସଂଘ ଦ୍ୱାରା ଧାର୍ଯ୍ୟ ହେମାଲି ଦର ବର୍ତ୍ତମାନ ସ୍ଥିତିରେ ବୃଦ୍ଧି କରାଯାଉ ବୋଲି ସଂଘର ସଦସ୍ୟ ମାନେ ଦାବୀ ଉଠାଇଥିଲେ। ସୂଚନାନୁଯାୟୀ ଗତ ତିନିବର୍ଷ ପୁର୍ବରୁ ହେମାଲି ମାନଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ବଣିକସଂଘ ନିର୍ଦ୍ଦାରଣ କରିଥିଲା। ହେଲେ ବର୍ତ୍ତମାନର କୋଭିଡ଼ ସମୟରେ ଲକଡ଼ାଉନ ଓ ବ୍ୟବସାୟିକ ଅବ୍ୟବସ୍ଥାରେ ହେମାଲ ମାନେ ଘୋର ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଯାହାକି ବର୍ତ୍ତମାନ ସମୟରେ ମଧ୍ୟ ଲକଡ଼ାଉନର ଦାଉ ଏବଂ ବର୍ତ୍ତମାନ ବଜାରଦର ମାଡ଼ ବାଧ୍ୟହୋଇ ସହିବାକୁ ପଡ଼ୁଥିବା ସଦସ୍ୟ ମାନେ କହିଥିଲେ। ପୁର୍ବ ନିର୍ଦ୍ଧାରଣ ଅନୁଯାୟୀ ବଣିକସଂଘ ତିନିବର୍ଷରେ ଥରେ ଦୁଇପକ୍ଷଙ୍କୁ ସୁହାଇଲା ପରି ମାଲବୁହା ଦର ବଢ଼େଇବାକୁ କଥା ଦେଇଥିଲେ। ହେଲେ ଗତ ତିନିବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ବ୍ୟବସାୟୀ ସଂଘ କୌଣସି ନିଷ୍ପତ୍ତି କାୟମ ନକରିବାରୁ ଆମେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛୁ ବୋଲି ହେମାଲି ସଂଘ କହିଥିଲେ। ଅପରପକ୍ଷେ ବଣିକସଂଘ ସଂପାଦକ ସୁରେନ୍ଦ୍ର ହୋତାଙ୍କ କହିବାକଥା ହେମାଲି ମାନଙ୍କ ଦାବୀର ଯର୍ଥାତତା ରହିଛି। ହେଲେ ଆମକୁ ଗତ ପାଞ୍ଚଦିନ ପୁର୍ବରୁ ସଂଘ ସମସ୍ୟା ଉପରେ ଅବଗତ କରିବା ସହ କଥାବାର୍ତ୍ତା ହୋଇଥିଲା। ଆମେ ସେମାନଙ୍କୁ ବୁଝାଇବା ସହିତ ଆଗାମୀ ୧୫ ଦିନ ମଧ୍ୟରେ ଆଲୋଚନା କରିବା ସହ ତମମାନଙ୍କୁ ଜଣାଇଦେବୁ ବୋଲି ସମୟ ମାଗିଥିଲୁ। ହେଲେ ଆଜି ପାଞ୍ଚଦିନ ନପୁରୁଣୁ କାମଧନ୍ଧା ବନ୍ଦ କରି ଧାରଣାରେ ବସିବା ଠିକ ହୋଇନାହିଁ ବୋଲି ଜବାବ ରଖିଥିଲେ। ତଥାପି ଖୁବଶୀଘ୍ର ଆମ ସଂଘ କମିକର୍ତ୍ତା ଓ ବିଭିନ୍ନ ପ୍ରତିଷ୍ଠାନର ମୂଖ୍ୟ ମାନଙ୍କ ସହ ଆଲୋଚନା କରି ଉଚିତ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories