www.samajalive.in
Sunday, December 14, 2025
23.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୩.୬୮ ପ୍ରତିଶତକୁ ବୃଦ୍ଧି : ମୃତ୍ୟୁହାର ୧.୪୬%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୩.୬୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୪୧ ହଜାର ୪୫୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଆରୋଗ୍ୟଙ୍କ ସଂଖ୍ୟା ୮୭ ଲକ୍ଷ ୫୯ ହଜାରରୁ ଅଧିକ ରହିଛି। ତେବେ
ଚିକିତ୍ସିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୪.୮୭% ରହିଛି। ଦେଶରେ ବର୍ତ୍ତମାନ ୪ ଲକ୍ଷ ୫୪ ହଜାର ୯୪୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୩୨୨ ଜଣ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଏଥିସହିତ ମୋଟ୍‍ ସଂକ୍ରମଣ ୯୩ ଲକ୍ଷ ୫୧ ହଜାର ରହିଛି। ମନ୍ତ୍ରଣାଳୟ କହିଛି, ସରକାରଙ୍କ ନିୟମର ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି ଓ ମୃତ୍ୟୁହାର ହ୍ରାସ ପାଉଛି। ଦେଶରେ କୋଭିଡ୍‍ ମୃତ୍ୟୁହାର  ୧.୪୬% ରହିଛି। ଗତ ୨୪ ଘଣ୍ଟା ଭିତରେ ୪୮୫ ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ୍‍ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୬ ହଜାର ୨୦୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧୧ ଲକ୍ଷ ୫୭ ହଜାର ନମୁନା ପରୀକ୍ଷା କରାଯାଇଛି। ଦେଶରେ ମୋଟ୍‍ ୧୩ କୋଟି ୮୨ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ୧ ଲକ୍ଷକୁ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଚିକିତ୍ସା କରାଯାଇପାରୁଛି। କେନ୍ଦ୍ର ସରକାର ଓ ଆଇ.ସି.ଏମ୍‍.ଆର୍‍. ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ଗବେଷଣାଗାର ସ୍ଥାପନ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories