www.samajalive.in
Sunday, December 14, 2025
19.1 C
Bhubaneswar

‘ମୋ ପୁଲିସ’ ପ୍ରତି ତୁଟୁଛି ଆସ୍ଥା: ମାମଲା ମାଳ ମାଳ, ଦାୟୀ ପୁଲିସର ଢିଲା ପଣ

ଟିଟିଲାଗଡ଼:ପୁଲିସ ତଥା ଜନତାଙ୍କ ମଧ୍ୟରେ ସମ୍ବନୟ ଓ ଭାବମୂର୍ତ୍ତି ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି ‘ମୋ ପୁଲିସ’ କାର୍ଯ୍ୟକ୍ରମ। ହେଲେ ବିଭିନ୍ନ ଘଟଣାକ୍ରମରେ ଟିଟିଲାଗଡ ଅଞ୍ଚଳରେ ପୁଲିସ ପ୍ରତି ଲୋକଙ୍କ ଅବିଶ୍ୱାସ ମନୋଭାବ ବୃଦ୍ଧି ସହ ଜନତାଙ୍କ ଆସ୍ଥା ତୁଟୁଥିବା ଅଭିଯୋଗ ହୋଇଛି।

ଅକ୍ଟୋବରରେ ଟିଟିଲାଗଡ ଥାନା ଅନ୍ତର୍ଗତ ତରାସିଂହା ଗ୍ରାମର ବିଧବା ମହିଳା ବିମଳା ବଗର୍ତ୍ତି ଓ ତାଙ୍କ ଝିଅ ଉପରେ ରାତି ଅଧରେ ଆକ୍ରମଣ ହୋଇଥିଲା। ସେ ଟିଟିଲାଗଡ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଜଣେ ପୁଲିସ କର୍ମଚାରୀ ଗ୍ରାମକୁ ଯାଇ ଅଭିଯୁକ୍ତଙ୍କୁ ଥାନାକୁ ଆସିବା ପାଇଁ କହିଥିଲେ। ରାତିରେ କିଛି ଲୋକ ମହିଳାଙ୍କ ଘରେ ପଶି ଉଭୟ ମା’ ଓ ଝିଅଙ୍କୁ ନିସ୍ତୁକ ମାଡ ମାରିଥିଲେ। ପୁଲିସ ଖବର ପାଇ ଉଭୟଙ୍କୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ବଦଳରେ ମା’ ଓ ଝିଅଙ୍କ ବିରୋଧରେ ଓଲଟି ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିବା ଚର୍ଚ୍ଚାର ବିଷୟ ହୋଇଛି।

- Advertisement -

ସେହିପରି ଚଳିତ ମାସ ଟିଟିଲାଗଡ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାଯାଇଛି। ଏହି ମାମଲାରେ ପୁଲିସ ସହ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ସାମ୍ବାଦିକ ସମ୍ମିଳନୀ ଡାକି ଜଣାଇବି ବୋଲି ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି କହିଥିଲେ। ତେବେ ମାମଲା ନେଇ ଅଦ୍ୟାବଧି ପୁଲିସ ମୁହଁ ଖୋଲୁ ନଥିବା ସନ୍ଦେହ ସୃଷ୍ଟି କରିଛି। ଚଳିତ ମାସ ପୁଲିସ ଟିଟିଲାଗଡ ତହସିଲ ଅନ୍ତର୍ଗତ ମହୁଲପଡା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଏକ ପଥର ଖାଦାନରେ ଚଢଉ କରିଥିଲା। ୭ଟି ଟ୍ରାକ୍ଟର ସହ ୪ଟି କମ୍ପ୍ରେସର ମେସିନ ଜବତ କରିଥିଲା।

ଗତ ସେପ୍ଟେମ୍ବରରେ ଟିଟିଲାଗଡ ଉପ ଜିଲାପାଳ ସୌମେଶ ଉପାଧ୍ୟାୟ ଦିଗସିରା ପଞ୍ଚୟତ ଅନ୍ତର୍ଗତ ଚାଣ୍ଡିଲି ପାହାଡରେ ବେଆଇନ ଖାଦାନ ଉପରେ ଚଢଉ କରି ପଥର ଉତ୍ତୋଳନ କରୁଥିବା ଏଆର୍ଏସ୍ଏସ୍ କମ୍ପାନୀ ଉପରେ ୭.୫ କୋଟି ଟଙ୍କାର ଜରିମାନା ଲଗାଇଥିଲେ। ଏହା ପରେ ଟିଟିଲାଗଡ ପୁଲିସର ଡଙ୍ଗରପଡାରେ ଚଢଉ ବେଆଇନ ଖଣିମାଫିଆଙ୍କ ଉପରେ ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହୋଇଥିଲା। ଏଯାଏଁ ପୁଲିସ ଚଢଉ ନେଇ କୌଣସି ସୂଚନା ଦେଉନାହିଁ। ଏହି ମାମଲାରେ ସମସ୍ତ ଜବତ ଟ୍ରାକ୍ଟରକୁ ଛାଡି ଦେଇ ଡଙ୍ଗରପଡା ଗ୍ରାମର ତୁଲସି ମାଝୀଙ୍କୁ ପୁଲିସ ଗିରଫ କରି ନିଜ କାମ ସାରି ଦେଇଛି।

ଚଳିତ ମାସ ୧୨ ତାରିଖରେ ଟିଟିଲାଗଡ ବ୍ଲକ କଲୋନୀରେ ରହୁଥିବା ଠିକା କର୍ମଚାରୀ କିଶୋର ସାହୁଙ୍କ ପତ୍ନୀ କସ୍ତୁରିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ବି ପୁଲିସର ମୌନବ୍ରତ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। କତରକେଲା ଗ୍ରାମର ଲବିତା ବଗର୍ତ୍ତିଙ୍କୁ ସେପ୍ଟେମ୍ବରରେ କିଛି ଲୋକ ମରଣାନ୍ତକ ଆକ୍ରମଣ ନେଇ ସେ ଦୀର୍ଘ ଦିନ ଧରି ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏପରକି ତାଙ୍କ ଘର ଆଜବେଷ୍ଟସ ଖପର ମଧ୍ୟ ଦୁର୍ବୁତ୍ତ ଭାଙ୍ଗିରୁଜି ଦେବା ପୁଲିସ ଫଟୋ ଉଠାଇଥିଲା। ହେଲେ ଅଦ୍ୟାବଧି ଆକ୍ରମଣକାରୀଙ୍କ ଉପରେ ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଏପରିକି ମାମଲାଟିକୁ ରଫାଦଫା କରିବା ପାଇଁ ତାଙ୍କ ଉପରେ ଚାପ ପଡୁଥିବା ଅଭିଯୋଗ କରିଛନ୍ତି ଲବିତା।

ସେହିପରି ନିକଟରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ରାସ୍ତା ଉପରେ ଟଙ୍କା ଲୁଟ ହେବା ଟିଟିଲାଗଡ ବରିଷ୍ଠ ନାଗରିକ କମିଟି ସଭାପତି ଅଶ୍ୱିନୀ ମହାନ୍ତି ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କୁ ଅଭିଯୋଗ ସହ ସୁରକ୍ଷା ଲୋଡିଛନ୍ତି। ଏଭଳି କ୍ଷେତ୍ରରେ ପୁଲିସ ଜନତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ତଥା ଆସ୍ଥା ତୁଟୁଥିବା ବିପଦର ସଙ୍କେତ ବୋଲି ବୁଦ୍ଧିଜୀବୀ ମହଳରେ ଚିନ୍ତାର ବିଷୟ ହୋଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories