www.samajalive.in
Sunday, December 14, 2025
26.1 C
Bhubaneswar

ପୁତ୍ରହରା ମା’ର ନ୍ୟାୟ ଭିକ୍ଷା, ବିଧାନସଭା ଆଗରେ ସାନ ପୁଅ ସହ ଆତ୍ମାହୁତି ଉଦ୍ୟମ

ଆଜି ବିଧାନସଭା ନିକଟରେ ପୁଣି ଜଣେ ମା’ ନିଜ ସାନ ପୁଅ ସହ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜାଲ ଋଣ ନୁହେଁ କି ଚାକିରୀ ନୁହେଁ, ବର୍ଷକ ତଳେ ହତ୍ୟାର ଶିକାର ହୋଇଥିବା ବଡ ପୁଅ ପାଇଁ ନ୍ୟାୟ ଭିକ୍ଷା କରି ଏକାଧିକବାର ଗୋଟିଏ ଅଫିସରୁ ଅନ୍ୟ ଅଫିସ ଦୌଡ଼ି ଦୌଡ଼ି ଶେଷରେ କିରୋସିନ ଢାଳି ହୋଇ ଆତ୍ମାହୁତି ଦେବାକୁ ଜଗତସିଂହପୁର କୁଜଙ୍ଗ ଅଂଚଳରୁ ପହଂଚି ଥିଲେ ରାଜଧାନୀ ଭୁବନେଶ୍ୱରରେ ପୁଣି ବିଧାନସଭା ସାମ୍ନାରେ ତେବେ ସୌଭାଗ୍ୟର କଥା କିଛି ଅଘଟଣ ଘଟିବା ଆଗରୁ ସୁରକ୍ଷା କର୍ମୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେହି ମହିଳାଙ୍କ ନାଁ ହେଉଛି ସୁଲୋଚନା ଦାସ ଓ ତାଙ୍କ ସାନ ପୁଅ ସୁବ୍ରତ ଦାସ।

ସେ କହିଛନ୍ତି ଯେ ବର୍ଷକ ତଳେ ତାଙ୍କ ବଡ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଛି। ତାଙ୍କ ଇଞ୍ଜିନିଅର ପୁଅ ପାରାଦୀପରେ କାମ କରୁଥିଲେ ଓ ଘରକୁ ଆସିଥିବା ବେଳେ ଜଣେ ଡ଼ିଏସପି ସ୍ଥରର ଅଫିସରଙ୍କ ପୁଅ ଅରୁଣ ପଟ୍ଟନାୟକ ଏବଂ ଦୀପକ ଜେନା ଓ ଅନ୍ୟ ୧୦/୧୨ ଜଣ ତାଙ୍କୁ ଘରୁ ଡ଼ାକିନେଇ ତିର୍ତ୍ତୋଲ ବାଲିପାଟଣା ଛକରେ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ସୁଲୋଚନା କହିଛନ୍ତି ଯେ ପୁଲିସ ଏହି ଘଟଣାରେ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରୁଛି। ପୁଲିସ ହତ୍ୟାକୁ ଆତ୍ମହତ୍ୟା ରୂପ ଦେଉଥିବା ସେ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories