www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷିଲେ ବିରୋଧୀ, ମନ୍ତ୍ରୀଙ୍କ ଘୋଷଣା ସତ୍ୱେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ନୟାଗଡ଼ ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ ଓ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି ନେଇ ଆଜି ମଧ୍ୟ ବିଧାନସଭା ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ପ୍ରଥମାର୍ଦ୍ଧକୁ ବାତିଲ କରିବା ସହ ଅପରାହ୍ନ ୩ଟା ଯାଏଁ ଗୃହ କାର୍ଯ୍ୟ ମୁଲତବୀ ରଖିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କ ଘୋଷଣା ଆରମ୍ଭ ହେଉ ନ ହେଉଣୁ, ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଆଇଟି ବାବଦ ଘୋଷଣା ସ୍ପଷ୍ଟ ନ ଥିବା ବିରୋଧୀ ସଦସ୍ୟମାନେ କହିବା ସହ ସେମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ ଓ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ସେହି ସମୟରେ ଅନ୍ୟ ବିରୋଧୀ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗରେ ସ୍ପଷ୍ଟ ଭାବେ କହିଥିଲେ ଯେ ପରୀ ହତ୍ୟାକାଣ୍ଡ ମାମଲାର ନ୍ୟାୟାଳୟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ହେବ ଓ ଖୁବ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଜାରି ରଖିବାରୁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories