www.samajalive.in
Sunday, December 14, 2025
14.1 C
Bhubaneswar

ବୁର୍ଜ ଖଲିଫାର ବିଳାସମୟ ଫ୍ଲାଟ୍

ଦୁବାଇ ଯାଉଥିବା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହେଉଛି ‘ବୁର୍ଜ ଖଲିଫା’ ଟାୱାର। ବିଶ୍ବର ଦୀର୍ଘତମ ଟାୱାର ଭାବେ ପରିଚିତ ଏଇ ବୁର୍ଜ ଖଲିଫାରେ ୯୦୦ ବିଳାସମୟ ଫ୍ଲାଟ୍‌ମାନ ରହିଛି। ଦୁବାଇ ଶେଖ୍‌ମାନଙ୍କ ସହ ବିଶ୍ବର ଅନ୍ୟ ପ୍ରମୁଖ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନେ ମଧ୍ୟ ଏହି ଟାୱାରେ ଫ୍ଲାଟ୍ କିଣିଛନ୍ତି। ୨୦୦୧୪ରେ ବୁର୍ଜ ଖଲିଫାର ତଳ ମହଲାରେ ଗୋଟିଏ ଫ୍ଲାଟ୍ ୩୦ କୋଟି ଟଙ୍କାରେ ବିକ୍ରି ହୋଇଥିବାବେଳେ ସେଠାରେ କେତୋଟି ଫ୍ଲାଟ୍ ମଧ୍ୟ ମାସକୁ ୪୦ ଲକ୍ଷ ଟଙ୍କା ଭଡ଼ାରେ ଦିଆଯାଇଛି। ଆମ ସିନେଜଗତର ଅଭିନେତ୍ରୀ ଶିଳ୍ପା ସେଟ୍ଟି ମଧ୍ୟ ବୁର୍ଜ ଖଲିଫାରେ ଏକ ଫ୍ଲାଟ୍ କିଣିଥିଲେ। କୌଣସି କାରଣରୁ କିଛି ମାସ ପରେ ସେ ଏଇ ଫ୍ଲାଟ୍‌କୁ ଜଣେ ଦୁବାଇ ଶେଖ୍‌୍ଙ୍କୁ ବିକ୍ରି କରିଥିଲେ। ଅତ୍ୟଧିକ ମହଙ୍ଗା କାରଣରୁ ଶିଳ୍ପା ଏହି ଫ୍ଲାଟ୍ ବିକ୍ରି କରିଥିବାର ତାଙ୍କର ଜଣେ ବ୍ୟକ୍ତି କହିଥିଲେ। ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ଏଇ ବୁର୍ଜ ଖଲିଫା ଫ୍ଲାଟ୍‌ରେ ତାପମାତ୍ରା ନିଜେ ନିୟନ୍ତ୍ରଣ କରିବା ସହ କକ୍ଷରେ ଲାଗିଥିବା ସ୍ବୟଂଚାଳିତ ଯନ୍ତ୍ରଗୁଡ଼ିକ ଘରର କର୍ମଚାରୀଙ୍କୁ ଅନ୍-ଲାଇନ୍‌ରେ ଯଥା ସମୟରେ ଦରମା ଦେଇଥାଏ। ଅବଶ୍ୟ ଏ ବାବଦରେ ମାଲିକଙ୍କୁ ମଧ୍ୟ ମେସେଜ୍ ଜରିଆରେ ପୂର୍ବରୁ ଅବଗତ କରାଯାଇଥାଏ। ବୁର୍ଜ ଖଲିଫାରେ ଫ୍ଲାଟ୍ କିଣିବା କିମ୍ବା ଭଡ଼ାରେ ନେବା ଆଦୌ ସହଜ ବ୍ୟାପାର ନୁହେଁ। ଗତ ୧୦ ବର୍ଷର ରୋଜଗାର ବାବଦରେ ତଥ୍ୟ କର୍ତ୍ତୃପକ୍ଷଙ୍କୁ ଦେବା ସହ କୌଣସି ଅପରାଧରେ ଯେପରି ଜଡ଼ିତ ନଥିବେ, ସେସବୁର ଟିକିନିଖି ତଥ୍ୟ ମଧ୍ୟ ଯୋଗାଡ଼ କରାଯାଏ। ବୁର୍ଜ ଖଲିଫାରେ ରହୁଥିବା ଅନ୍ତେବାସୀଙ୍କ ମତରେ ଫ୍ଲାଟ୍‌ର ଯେପରି ଚଢ଼ା ଦର ନିଆଯାଇଛି, ସମସ୍ତ ପ୍ରକାର ସୁବିଧା ଦେବାରେ ମଧ୍ୟ କୌଣସି ହେଳା କରାଯାଏନାହିଁ। ୨୦୧୫ରେ କାନାଡାର ଜଣେ ଶିଳ୍ପପତି ବୁର୍ଜ ଖଲିଫାର ସର୍ବୋଚ୍ଚ ଆପାର୍ଟମେଣ୍ଟ ୨ଟିକୁ ୧୨୦କୋଟି ଟଙ୍କାରେ କିଣି ନିଜ ଝିଅକୁ ଉପହାର ଭାବେ ଭେଟିଦେଇଥିଲେ। ଆରବ ଦେଶର ଲୋକଙ୍କ କାର୍ଯ୍ୟକରିବାର ଶୈଳୀ ସେ ପ୍ରଭାବିତ ହୋଇଥିବାର ଶିଳ୍ପପତିଜଣକ କହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories