www.samajalive.in
Sunday, December 14, 2025
15.1 C
Bhubaneswar

ମମତାଙ୍କ ହାତରୁ ଖସିବ କି ବଙ୍ଗଳା ଗଡ଼? ଶୁଭେନ୍ଦୁ ହେବେ କି ଗେମ୍ ଚେଞ୍ଜର

ନୂଆଦିଲ୍ଲୀ: ୩୪ ବର୍ଷର ବାମପନ୍ଥୀ ସରକାରକୁ ହଟାଇବାରେ ମମତା ବାନାର୍ଜୀଙ୍କର ଡ଼ାହାଣ ହାତ ସାଜିଥିବା ଶୁଭେନ୍ଦୁ ଅଧିକାରୀ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଆଲୋଡ଼ନ । ୩୪ ବର୍ଷର ବାମପନ୍ଥୀ ସରକାରକୁ ହଟାଇ ମମତାଙ୍କ ତୃଣମୂଳ କଂଗ୍ରେସ ୨୦୧୧ରେ ପଶ୍ଚିମବଙ୍ଗ କ୍ଷମତା ରାଜନୀତିର ଡ଼ୋର ଧରିଥିଲା । ସେତେବେଳେ ନନ୍ଦୀଗ୍ରାମ ଆନ୍ଦୋଳନ ହିଁ ମମତାଙ୍କୁ କ୍ଷମତାକୁ ଆଣିବାରେ ଢ଼େର ସହାୟକ ହୋଇଥିଲା । ୨୦୦୭ ମସିହାରେ ତୃଣମୂଳ କର୍ମୀଙ୍କ ଉପରେ ସିପିଏମ୍ କର୍ମୀଙ୍କ ଆକ୍ରମଣ ଓ ରାଜ୍ୟସ୍ତରରେ ଏହି ଆନ୍ଦୋଳନ ବାମପନ୍ଥୀ ସରକାରକୁ ବିଦାୟର ରାସ୍ତା ଦେଖାଇଥିଲା । ସେତେବେଳେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପରିବାର ଏଥିରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ମାତ୍ର ଏବେ ଇତିହାସ ପୁଣି କଡ଼ ଲେଉଟାଇଛି । ତୃଣମୂଳ କଂଗ୍ରେସ କର୍ମୀ ଓ ନେତାମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରୁଛନ୍ତି । ହତ୍ୟା କରୁଛନ୍ତି । ଏହି ସମୟରେ ପରିବହନ ଓ ଜଳସେଚନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତୃଣମୂଳ ସରକାରରୁ ନିଜର ସମ୍ପର୍କ ତୁଟାଇଛନ୍ତି । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ଘୂର୍ଣି ସୃଷ୍ଟି ହୋଇଛି ।

- Advertisement -

ମମତା ମନ୍ତ୍ରିମଣ୍ଡଳ ଛାଡିବାର ଗୋଟିଏ ଦିନ ପୂର୍ବରୁ ଶୁଭେନ୍ଦୁ ପଶ୍ଚିମବଙ୍ଗରେ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିବା ହୁଗଲି ନଦୀ ବ୍ରିଜ୍ କମିଶନ (HRBC) ର ଚେୟାରମ୍ୟାନ୍ ପଦ ଛାଡିଥିଲେ। ଏକଦା ମମତାଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଉଥିବା ପ୍ରଭାବଶାଳୀ ଶୁଭେନ୍ଦୁ ଗତ ତିନିମାସ ଧରି ମମତାଙ୍କ ଠାରୁ  ଦୂରତା ରକ୍ଷା କରିଆସୁଥିଲେ। ସେ ସର୍ବସାଧାରଣ କରୁଥିବାବେଳେ ଦଳ କିମ୍ବା ମମତାଙ୍କ ଫଟୋ ବ୍ୟବହାର କରୁ ନ ଥିଲେ । ତାଙ୍କ ସଭା ଗୁଡ଼ିକରେ ‘ ଆମରା ଦାଦାର ଅନୁଗାମୀ’ (ଆମେ ଭାଇର ଅନୁଗାମୀ) ବୋଲି ବ୍ୟାନର ଲେଖାଯାଉଥିଲା ।   ଦୁଇ ଦିନ ପୂର୍ବେ ନନ୍ଦିଗ୍ରାମ ଘଟଣାର ସ୍ମୃତି ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ବାର୍ଷିକ କାର୍ଯ୍ୟକ୍ରମରେ ଶୁଭେନ୍ଦୁଙ୍କ ସହ ଅନ୍ୟ ତୃଣମୂଳ ବିଧାୟକ ରଣଜିତ ମଣ୍ଡଳ ଓ ବନଶ୍ରୀ ମାଇତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ଚିହ୍ନ ବ୍ୟବହାର କରାଯାଇ ନ ଥିଲା କି ମମତାଙ୍କ ଛବି ମଧ୍ୟ ସ୍ଥାନୀତ ହୋଇ ନ ଥିଲା ।

ମମତା ତାଙ୍କ ପୁତୁରା ତଥା ଲୋକସଭା ସାଂସଦ ଅଭିଷେକ ମୁଖାର୍ଜୀଙ୍କୁ ଦଳର ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ଓ ନିର୍ବାଚନ କରିଚାଳନା ନିମନ୍ତେ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତି ଦେବା ଦଳରେ ଭୃକୁଞ୍ଚନ ସୃଷ୍ଟି କରିଥିଲା । ପ୍ରଶାନ୍ତ କିଶୋରଙ୍କୁ ମମତା ନିଯୁକ୍ତି ଦେବା ପରଠାରୁ ଶୁଭେନ୍ଦୁ ଓ ତାଙ୍କ ସହଯୋଗୀମାନେ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି ।   କୁହାଯାଉଛି ଯେ ଅନେକ ବିଧାୟକ ଏହିପରି ଭାବରେ ଦଳର କ୍ଷମତା ପରିବର୍ତ୍ତନକୁ ହଜମ କରିପାରୁ ନାହାନ୍ତି । ସମ୍ଭବତଃ ସେଇଥିପାଇଁ ଶୁଭେନ୍ଦୁ ମନ୍ତ୍ରୀ ପଦ ଛାଡ଼ିଛନ୍ତି । ଆଉ ସେ ଯଦି ଦଳ ଛାଡ଼ନ୍ତି ତେବେ ତୃଣମୂଳ କଂଗ୍ରେସ ଓ ମମତାଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

ଶୁଭେନ୍ଦୁ ରାଜନୀତିରେ ଏକା ନୁହନ୍ତି, ଜମି ସଂକ୍ରାନ୍ତ ଆନ୍ଦୋଳନ ଆଦିକୁ ନେଇ ସାରା ରାଜ୍ୟରେ ତାଙ୍କର ପତିଆରା ରହିଛି । ନନ୍ଦିଗ୍ରାମ ଆନ୍ଦୋଳନ ପରେ ଶୁଭେନ୍ଦୁ ତାମଲୁକ ଲୋକସଭା ଆସନରୁ ୨୦୦୯ରେ ବିଜୟୀ ହୋଇଥିଲେ । ୨୦୧୪ରେ ମଧ୍ୟ ସେ ପୁନର୍ବାର ସେଠାରୁ ବିଜୟୀ ହୋଇଥିଲେ । ୨୦୧୬ରେ ବିଧାୟକ ନିର୍ବାଚିତ ହେବା ପରେ ମମତା ସରକାରରେ ମନ୍ତ୍ରୀ ପଦ ପାଇଥିଲେ ।  ଶୁଭେନ୍ଦୁ ଓ ତାଙ୍କ ପରିବାରର ପୂର୍ବ ମେଦିନପୁର, ମୁର୍ସିଦାବାଦ, ମାଲଦା, ପୁରୁଲିଆ, ବୀରଭୂମ ଓ ଜଙ୍ଗଲମାହାଲ ଅଞ୍ଚଳରେ ପ୍ରଭାବ ରହିଛି । ଆଉ ଏହା ହିଁ ମମତା ସରକାର ପାଇଁ ଓ ନିର୍ବାଚନରେ ତାଙ୍କ ଦଳ ପାଇଁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories