www.samajalive.in
Friday, December 12, 2025
16.1 C
Bhubaneswar

ବନ୍ୟା ରିଲିଫ୍‍ ହଡପ ପ୍ରତିବାଦରେ ବାଙ୍କୀ ନଗର ବିଜେପି ପକ୍ଷରୁ ଧାରଣା

ବାଙ୍କୀ: ଚଳିତ ବର୍ଷ ବନ୍ୟାରେ ବାଙ୍କୀ ଏନ.ଏ.ସିର ୧୬ ଏବଂ ୧୭ନଂ ଓାର୍ଡ ବନ୍ୟା ପ୍ରଭାବରେ ପ୍ରଭାବିତ ହୋଇଥିଲା। ସରକାରଙ୍କ ପକ୍ଷରୁ ବାଙ୍କୀ ବ୍ଲକ ଓ ବାଙ୍କୀ-ଡମପଡା ବ୍ଲକର ବନ୍ୟା ପ୍ରଭାବିତଙ୍କୁ ରିଲିଫ୍‍ ଚାଉଳ ଓ ୫୦୦ଟଙ୍କା ରିଲିଫ୍‍ ଆକାରରେ ପ୍ରଦାନ କରାଯାଇଥିଲା ବେଳେ ବାଙ୍କୀ ଏନ.ଏ.ସିର ୧୬ ଓ ୧୭ନଂ ଓାର୍ଡର ବନ୍ୟା ପ୍ରଭାବିତଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା। ଓାର୍ଡ ବାସିନ୍ଦାମାନେ ବାରମ୍ବାର ଏନ.ଏ.ସି କର୍ତ୍ତୃପକ୍ଷଙ୍କୁ ଅବଗତ କରଉାଇଥିଲେ ମଧ୍ୟ କେବଳ ପ୍ରତିଶୃତି ଛଡା ଅନ୍ୟ କିଛି ମିଳିନଥିଲା। ଦୀର୍ଘ ୩ମାସ ପରେ ରିଲିଫ୍‍ ସହାୟତା ନମିଳିବାରୁ ବାଙ୍କୀ ନଗର ବିଜେପି ପକ୍ଷରୁ ସମ୍ପୃକ୍ତ ଓାର୍ଡରେ ରିଲିଫ୍‍ ଚାଉଳ ପ୍ରଦାନ ନକରାଗଲେ ବାଙ୍କୀ ନଗର ବିଜେପି ଏନ.ଏ.ସି ସମ୍ମୁଖରେ ଗଣଧାରଣା କରିବ ବୋଲି ବିଜେପି ପକ୍ଷରୁ ଏକ ଲିଖିତ ଚେତାବନୀ ଦିଆଯାଇଥିଲା। ଦାବୀ କାର୍ଯ୍ୟକାରୀ ନହେବାରୁ ଗୁରୁବାର ଦିନ ୧୧ଟା ସମୟରେ ଭାରତୀୟ ଜନତା ପାର୍ଟୀ ବାଙ୍କୀ ପୋକ୍ଷରୁ ବାଙ୍କୀ ନଗର ମଣ୍ଡଳ ସୌଜନ୍ୟତାରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶତାଧିକ ବିଜେପି କର୍ମୀ ଓ ବନ୍ୟା ପ୍ରଭାବିତ ହିତାଧିକାରୀ ମାନେ ବିଜେପି କାର୍ଯ୍ୟାଳୟରୁ ଏକ ର‍୍ୟାଲିରେ ଆସି ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବରିଷ୍ଠ ବିଜେପି ନେତା ଯଯାତୀ କେଶରୀ ପଟ୍ଟନାୟକ,ସଂଗ୍ରାମ ବିଭୂତିରାୟ,ଦେବୀପ୍ରସାଦ ମହାନ୍ତି,ଆଲୋକ ମହାନ୍ତି,ପ୍ରଣବ ମହାପାତ୍ର,ଚିନ୍ମୟ ମହାପାତ୍ର ପ୍ରମୁଖ ଧାରଣା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories